ଭାଙ୍ଗିଗଲା ଲିଫ୍ଟ, ଖସିପଡି ଶ୍ରମିକଙ୍କ ମୃତ୍ୟୁ

ଯାଜପୁର ରୋଡ୍ ୨୫।୮: ଯାଜପୁର କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା । ଲିଫ୍ଟରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟରେ କାମ କରୁଥିବା ସମୟରେ ଲିଫ୍ଟ ଭାଙ୍ଗି ଯାଇଥିଲା । ଫଳରେ ସେ ତଳେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଶ୍ରମିକଙ୍କ ପରିଚୟ ମିଳିପାରିନଥିବା ବେଳେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Spread the love