କରୋନାର ତୃତୀୟ ଲହର ଆସିଲେ ମୁକାବିଲା ପାଇଁ ରାଜ୍ୟ ସରକରା ପ୍ରସ୍ତୁତ : ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ୨୫।୮: କରୋନାର ତୃତୀୟ ଲହର ଆସିଲେ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବୁଧବାର ଝାରସୁଗୁଡାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ସମସ୍ତ ଜିଲ୍ଲା ସ୍ତରୀୟ ହସ୍ପିଟାଲ, ମେଡିକାଲ କଲେଜ ସହ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ସମସ୍ତ ଔଷଧ ଓ ଅନ୍ୟ ଆବଶ୍ୟକୀୟ ଅକ୍ସିଜେନ ସିଲିଣ୍ଡର ଗଚ୍ଛିତ ରଖାଯାଇଛି । କରୋନାକୁ ହରାଇବାକୁ ହେଲେ କୋଭିଡ୍ ଗାଇଡ୍ ଲାଇନକୁ ସମସ୍ତେ ମାନି ଚଳିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Spread the love