କେନ୍ଦୁଝର ଗସ୍ତରେ ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ତୃଣମୂଳସ୍ତରରେ ସଜାଗ ରହି ଦଳକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ତେଲକୋଇ ୨୫।୮: କେନ୍ଦୁଝର ଜିଲ୍ଲା ଗସ୍ତରେ ରାଜ୍ୟ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ବୁଧବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ ହାଟ ପଡିଆଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କର୍ମୀମାନେ ସଜାଗ ରହି ବିଜୁ ଜନତା ଦଳକୁ ସୁଦୃଢ କରିବାକୁ ଉପସ୍ଥିତ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ତଥା ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିନୟ କୁମାର ସାହୁ, କମଳିନୀ ଦଣ୍ଡପାଟଙ୍କ ସହିତ ତିନୋଟି ନିର୍ବାଚନ ମଣ୍ଡଳୀର ହଜାର ହଜାର ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ରହିଥିଲେ। ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ଦାସ କର୍ମୀମାନଙ୍କୁ  ବିଧାୟକ ତଥା ମନ୍ତ୍ରୀଙ୍କ ଲୋକ ପ୍ରିୟତା ଓ ତାଙ୍କ କାର୍ଯ୍ୟ କଳାପ ବିଷୟରେ ପଚାରି ବୁଝିଥିଲେ । ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ ।

Spread the love