ସଲମାନଙ୍କୁ ସିକ୍ୟୁରିଟି ଚେକ୍ ପାଇଁ ଅଟକାଇଥିବା ଏଏସଆଇ ସୋମନାଥଙ୍କୁ ପୁରସ୍କୃତ କଲା ସିଆଇଏସଏଫ୍

ମୁମ୍ବାଇ ୨୫/୦୮ : ସୁପରଷ୍ଟାର ସଲମାନ ଖାନ ନିକଟରେ ନିଜ ଅପକମିଙ୍ଗ ଫିଲ୍ମ ‘ଟାଇଗର-୩’ ଶୁଟିଂ ପାଇଁ ମୁମ୍ବାଇରୁ ଋଷ ଯାଇଥିଲେ। ମୁମ୍ବାଇ ବିମାନବନ୍ଦରରେ ନିୟୋଜିତ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ର ଏଏସଆଇ ସୋମନାଥ ମହାନ୍ତି ସଲମାନଙ୍କ ସିକ୍ୟୁରିଟି ଚେକ ପାଇଁ ଏଣ୍ଟ୍ରି ଗେଟରେ ଅଟକାଇ ଦେଇଥିଲେ। ତାପରେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ଓ ଏଏସଆଇ ସୋମନାଥ ମହାନ୍ତି ସୋସିଆଲ ମିଡ଼ିଆରେ ହିରୋ ହୋଇଗଲେ। ତାପରେ ପୁଣି ଖବର ଆସିଥିଲା ଯେ ସଲମାନଙ୍କୁ ଏଣ୍ଟ୍ରି ଗେଟରେ ଅଟକାଇଥିବାରୁ ସୋମନାଥଙ୍କ ଅଡୁଆ ବଢିଯାଇଛି ଏବଂ ତାଙ୍କ ବିରୋଧରେ ସିଆଇଏସଏଫ ପ୍ରୋଟୋକଲ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। କିନ୍ତୁ ସିଆଇଏସଏଫ ଏହାକୁ ଖଣ୍ଡନ କରିଛି।

ଏହି ମାମଲାରେ ପ୍ରଚାର ହେଉଥିବା ଭୁଲ ଖବରକୁ ନେଇ ସିଆଇଏସଏଫ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛି, ‘ଏହି ଟ୍ୱିଟରେ ଦର୍ଶାଇଯାଇଥିଲା କଣ୍ଟେଣ୍ଟ ଭୁଲ ଓ ଏଥିରେ କୌଣସି ସତ୍ୟତା ନାହିଁ। ଅସଲରେ ମାମଲା ସହ ଜଡିତ ଅଧିକାରୀଙ୍କୁ ବୃତ୍ତିଗତତା (ପ୍ରଫେସନାଲିଜିମ) ଦେଖାଇଥିବାରୁ ପୁରସ୍କୃତ କରାଯାଇଛି।’

ସଲମାନଙ୍କୁ ସିକ୍ୟୁରିଟି ଚେକ ପାଇଁ ଅଟକାଇଥିବା ସିଆଇଏସଏଫ ଅଫିସର ସୋମନାଥ ମହାନ୍ତିଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହୋଇଥିଲା। ଏହାକୁ ଦେଖି ୟୁଜର୍ସ ସଚ୍ଚୋଟତାର ସହ ନିଜ ଦାୟିତ୍ୱ ବହନ କରିଥିବା ସୋମନାଥ ମହାନ୍ତିଙ୍କୁ ଅନେକ ପ୍ରଶଂସା କରିଥିଲେ।

Spread the love