ମିସ୍‌ ଟିନ୍‌ ଇଣ୍ଡିଆ ୨୦୨୧ର ଫାଇନାଲରେ ସମ୍ବଲପୁର ଝିଅ ପ୍ରତୀକ୍ଷା ମିଶ୍ର

ମିସ୍‌ ଟିନ୍‌ ଇଣ୍ଡିଆ ୨୦୨୧ର ଫାଇନାଲରେ ପ୍ରବେଶ କରିଛନ୍ତି ସମ୍ବଲପୁରର ପ୍ରତୀକ୍ଷା ମିଶ୍ର। ମିସ୍‌ ଟିନ୍‌ ଗ୍ଲାମର ପ୍ରତିଯୋଗିତାରେ ଗ୍ଲାମର ପ୍ରୋଜେକ୍ଟରେ ଭାଗ ନେଇ ସଫଳତାର ସହ ଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ୩୧ରୁ ୩ ତାରିଖ ପର‍୍ୟ୍ୟନ୍ତ ମୁମ୍ବାଇରେ ଏହାର ଚୁଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହେବ।୨୦୧୯ ଇଣ୍ଡିଆନ ଫେସନ ଫିଏଷ୍ଟାର ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲରେ ଭାଗ ନେଇ ୩ଟି ଟାଇଟଲ ହାସଲ କରିଛନ୍ତି ପ୍ରତୀକ୍ଷା ମିଶ୍ର। ଏହି ପ୍ରତିଯୋଗୀତାରେ ସଫଳତା ଲାଭ କଲେ ପ୍ରତୀକ୍ଷା ମିସ୍‌ ୱାର୍ଲଡ ପାଇଁ ମନୋନୀତ ହେବେ।

Spread the love