ଆମେରିକା ବିମାନରେ ଜନ୍ମ ନେଲା ଆଫଗାନ୍ ଶିଶୁ, ପ୍ଲେନ୍ର କୋଡ୍ ୱାର୍ଡ ନାମ ଅନୁସାରେ ହେଲା ନାମକରଣ
ୱାଶିଂଟନ, ୨୬/୦୮: ଆଫଗାନିସ୍ତାନକୁ ତାଲିବାନ୍ ଅକ୍ତିଆର କରିନେବା ପରେ ସେଠାକାର ନାଗରିକଙ୍କ କରୁଣ ଚିତ୍ର ସାରା ବିଶ୍ୱ ଦେଖୁଛି । ଦେଶ ଛାଡ଼ିବା ପାଇଁ ବ୍ୟାକୁଳ ହେଉଛନ୍ତି ଲୋକେ । କିଛିଦିନ ଧରି ହୃଦୟ ଦୋହଲାଇ ଦେଲା ଭଳି ଯେଉଁ ସବୁ ଦୃଶ୍ୟ ଦେଖିବାକୁ ମିଳୁଛି ସେଥିରୁ ଏହା ସ୍ପଷ୍ଟ ହେଉଛି ଯେ, ତାଲିବାନର ବର୍ବରତା ସୀମାଟପୁଛି ।
ଏହିଭଳି ସମୟରେ ଜଣେ ଆଫଗାନ୍ ମହିଳା ଆମେରିକାର କାର୍ଗୋ ବିମାନ ଭିତରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହାକି ଜର୍ମାନୀରେ ଲ୍ୟାଣ୍ଡ୍ କରିଥିଲା । ବିଶେଷ କଥା ହେଉଛି କି ଏହି ଶିଶୁଟି ପ୍ଲେନ୍ ଭିତରେ ଜନ୍ମ ହୋଇଥିବାରୁ ତାର ନାମ ପ୍ଲେନ୍ର କୋଡ୍ ୱାର୍ଡ ରିଚ୍ର ନାମ ଅନୁସାରେ ଦିଆଯାଇଛି ।
ଗତ ସପ୍ତହରେ ଏହି ପ୍ଲେନ୍ ଜର୍ମାନୀରେ ଅବତରଣ କରିଥିଲା । ବିମାନ ଭିତରେ ଥିବା ମେଡିକାଲ୍ ଷ୍ଟାଫ୍ ମହିଳାଙ୍କୁ ପ୍ରସବ କରାଇବାରେ ସାହାଯ୍ୟ କରିଥିଲେ । ଆମେରିକାର ଏହି ସି-୧୭ କାର୍ଗୋ ପ୍ଲେନ୍ର କୋଡ୍ ୱାର୍ଡ ରିଚ୍ ୮୨୮ । ୟୁଏସ୍ ଇଉରୋପିଆନ୍ କମାଣ୍ଡ୍ ଜେନେରାଲ୍ ଟଡ୍ ୱଲ୍ଟର କହିଛନ୍ତି ଯେ, ଜନ୍ମିତ ଶିଶୁର ପିତାମାତା ଏବଂ ଅନ୍ୟ ଶରଣାର୍ଥୀ ଏବେ ୟୁଏସ୍ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ପାଖାପାଖି ୭ ହଜାର ଲୋକ ୟୁଏସ୍ ବେସ୍ ଦେଇ ଇଉରୋପ ଯାଇଥିବା ବାଇଡେନ୍ ପ୍ରଶାସନ କହିଥିବା ଜଣାପଡ଼ିଛି ।