ଶ୍ରୀମନ୍ଦିରରେ ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ୨୭/୦୮: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ରହିଛି । ଅପରାହ୍ନରେ ଦଇତାପତି ସେବକମାନେ ଏହି ସେବା କରିବେ । ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ ।

Spread the love