୧୪ କୁଇଣ୍ଟାଲ ଭାଙ୍ଗ ଜବତ, ଜଣେ ଗିରଫ

ମୋହନା ୨୭/୦୮: ଗଜପତି ଜିଲ୍ଲା ମୋହନା ଥାନା ପୋଲିସ କମଳାପୁର ନାକା ଗେଟ ପେଟ୍ରୋଲିଂ କରୁଥିବା ବେଳେ ଏକ ପିକଅପ ଭ୍ୟାନରୁ ୧୪ କୁଇଣ୍ଟାଲ ଭାଙ୍ଗ ଜବତ ହୋଇଛି । ଏହାସହ ଚାଲାଣରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ, ଗଂଜାମ ଜିଲ୍ଲା ଆସ୍କାର ଶମ୍ଭୁ ସାହୁ ।

ଅଭିଯୁକ୍ତ ଜଣକ ଅନ୍ତରବା ଅଂଚଳର । ପିକଅପ ଭ୍ୟାନରେ ଭାଙ୍ଗ ନେଇ ପୁରୀ ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ ଯାଞ୍ଚ କରି ଭ୍ୟାନରୁ ୪୪ ବସ୍ତା ଭାଙ୍ଗ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ।

Spread the love