କାର-ବାଇକ ମୁହାଁମୁହିଁ ଧକ୍କା, ସ୍ଵାମୀ-ସ୍ତ୍ରୀ ମୃତ

ସାଲେପୁର ୩୦।୦୮: କଟକ-ପାରାଦ୍ଵୀପ ରାସ୍ତାର କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାରେ ସ୍ଵାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କାର ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ମୃତକଙ୍କ ପରିଚୟ ମିଳିନଥିବା ଜଣା ପଡିଛି।

ସୋମବାର ପ୍ରାୟ ଅପରାହ୍ନ ସମୟରେ ଫକୀରପଡା ବଜାର ନିକଟରେ ଏକ କାର(OD02AN29) ଓ ବାଇକି୍(OD21F9291) ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ମହିଳା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ  ୧୦୮ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ହେଲେ ମହିଳାଙ୍କ ମୃତ୍ୟୁ ଘଟିଛି।

କାର ଚାଳକକୁ ପୋଲିସ ଅଟକ ରଖିଛି। ମୃତ ସ୍ଵାମୀ-ସ୍ତ୍ରୀଙ୍କ  ମିଳି ନାହିଁ। ଦମ୍ପତ୍ତି ଜଗତସିଂହପୁରୁ ଜିଲ୍ଲା ଜୟପୁରୁ ଅଞ୍ଚଳର ବୋଲି ଜଣାପଡିଛି। ଏହି ଦୁର୍ଘଟଣାକୁ ନେଇ ଫକୀରପଡାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କନ୍ଦରପୁରୁ ପୋଲିସି ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଅବରୋଧ ହଟାଇବାରୁ କଟକ ପାରାଦ୍ୱୀପ ରାସ୍ତାରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଛି।

Spread the love