ପୂର୍ବତନ ମିସ୍ ଇଣ୍ଡିଆ ୟୁନିଭର୍ସ ପରୀ ପାଶୱାନଙ୍କ ଆରୋପ: ପ୍ରଡକ୍ସନ ହାଉସ୍ ନିଶା ଦେଇ ଜବରଦସ୍ତି ଶୁଟ୍ କରିଥିଲା ପର୍ଣ୍ଣ ଭିଡିଓ

ମୁମ୍ବାଇ ୩୧/୦୮ : ପୂର୍ବତନ ବିବିଏନ ମିସ ଇଣ୍ଡିଆ ୟୁନିଭର୍ସ ପରୀ ପାଶୱାନ ଏକ ପ୍ରଡକ୍ସନ ହାଉସ ବିରୋଧରେ ଜୋର ଜବରଦସ୍ତ ପର୍ଣ୍ଣ ଭିଡିଓ ତିଆରି କରିଥିବା ଅଭିଯୋଗ କରିଛନ୍ତି। ପରୀ କହିଛନ୍ତି ଯେ ତାଙ୍କ ପାନୀୟରେ କିଛି ନିଶା ଦ୍ରବ୍ୟ ମିଶାଇ ତାଙ୍କର ପର୍ଣ୍ଣ ଭିଡିଓ ଶୁଟ କରାଯାଇଛି। ଝାରଖଣ୍ଡର ପରୀ ମଡେଲିଂ ପାଇଁ ମୁମ୍ବାଇ ଆସିଥିଲେ। ସ୍ୱାମୀ ସହ ବିବାଦକୁ ନେଇ ମଧ୍ୟ ସେ ଚର୍ଚ୍ଚା ଘେରକୁ ଅସ୍ୱୀସାରିଛନ୍ତି।

ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ମାମଲାରେ ଫସିବା ପରେ ଅନେକ ଖୁଲାସା ହୋଇଛି। ବର୍ତ୍ତମାନ ମଡେଲ ପରୀ ପାଶୱାନ ମୁମ୍ବାଇର ଏକ ପ୍ରଡକ୍ସନ ହାଉସ ବିରୋଧରେ ତାଙ୍କର ପର୍ଣ୍ଣ ଭିଡିଓ ତିଆରି କରିଥିବା ଆରୋପ ଲଗାଇଛନ୍ତି। ବେହୋସ ଅବସ୍ଥାରେ ତାଙ୍କର ଭିଡିଓ ଶୁଟିଂ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଭିଡିଓ ସମ୍ପର୍କରେ ସେ ପରେ ଜାଣିବାକୁ ପାଇଲେ ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ସେ ପୋଲିସରେ ସୂଚନା ଦେଇଥିଲେ।

ଶି ଦ ପିପଲ ରିପୋର୍ଟ ଅନୁଯାୟୀ, ପରୀ କାମ ଖୋଜିବାକୁ ମୁମ୍ବାଇ ଆସିଥିଲେ। ଏହା ପୂର୍ବରୁ ଶାଶୂଘର ଲୋକଙ୍କ ସହ ବିବାଦକୁ ନେଇ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ। ସେ ନିଜ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ନିରଜ ପାଶୱାନଙ୍କୁ ଜେଲ ଯିବାକୁ ପଡିଥିଲା। ୨୦୧୯ରେ ପରୀ ବିବିଏନ ମିସ ଇଣ୍ଡିଆ ୟୁନିଭର୍ସ ମୁକୁତା ଜିତିଥିଲେ।

ଅପରପକ୍ଷରେ ପରୀଙ୍କ ଶାଶୂଘର ଲୋକ ମଧ୍ୟ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ପରୀ ମୁମ୍ବାଇରେ ପର୍ଣ୍ଣ ଫିଲ୍ମରେ କାମ କରିଛନ୍ତି। ସେ ନିରୀହ ଲୋକଙ୍କୁ ନିଜ ଜାଲରେ ଫସାନ୍ତି। ନିରଜଙ୍କ ଭାଇ ଚନ୍ଦନ କହିଛନ୍ତି ଯେ ପରୀ ଦୁଇ ସନ୍ତାନ ମା’। ସେ ଆଗରୁ ମଧ୍ୟ ଦୁଇ ଯୁବକଙ୍କୁ ବିବାହ କରିଥିଲେ ଓ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି।

Spread the love