ଆପଣଙ୍କର ସ୍ମରଣଶକ୍ତି କମ୍ ହେଉଛି କି ? ଆପଣାନ୍ତୁ ଘରୋଇ ଉପାୟ

ଆପଣଙ୍କ ସ୍ମରଣଶକ୍ତି କମ୍ ହେଉଛି କି ? ଆଜିକାଲି ଏହା ଏକ ସାଧାରଣ ସମସ୍ଯା। ବର୍ତ୍ତମାନର ବ୍ଯସ୍ତବହୁଳ ଜୀବନ ଜୀବନରେ ଏହି ସମସ୍ଯା ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଅନେକ ଥର କିଏ ଆପଣଙ୍କୁ କଲ୍ କରିଥିବ, କିନ୍ତୁ ଆପଣଙ୍କର ତାହା ମନେ ନଥିବ। ଆମେ ଏମିତି କିଛି ଛୋଟ ଛୋଟ କଥା ଭୁଲିବାକୁ ଲାଗିଥାଉ। ଯଦି ଆପଣଙ୍କର ଏମିତି ସମସ୍ଯା ଦେଖାଗଲାଣି, ତେବେ ପୂର୍ବରୁ ସାବଧାନ ହୋଇଯାଆନ୍ତୁ।ଏମିତି କିଛି ଘରୋଇ ଉପାୟରହିଛି, ଯାହାକୁ ଆପଣ ଆପଣାଇ ସ୍ମରଣଶକ୍ତିକୁ ବଢାଇପାରିବେ।ଅନେକ ମାନସିକ ରୋଗ ବିଶେଷଜ୍ଞଙ୍କ ଅନଯାୟୀ, ନିୟମିତ ଭାବେ ବ୍ଯାୟାମ କରିବା ଦ୍ବାରା ମସ୍ତିଷ୍କକୁ ବହୁତ ଲାଭ ମିଳିଥାଏ। ଦୁର୍ବଳ ସ୍ମରଣ ଶକ୍ତିକୁ ମଜବୁତ କରିବାରେ ଏହା ସହାୟକ କରିଥାଏ। ପ୍ରତିଦିନ ଦୌଡିବା ଦ୍ବାରା ନର୍ଭସ ସିଷ୍ଟମ ଭଲ ହୋଇଥାଏ ଏବଂ ମସ୍ତିଷ୍କ ଦ୍ରୁତଗାମୀ କାମ କରିଥାଏ।

ସ୍ମରଣ ଶକ୍ତିକୁ ମଜବୁତ କରିବା ପାଇଁ କାମରୁ କିଛି ସମୟ ପାଇଁ ବ୍ରେକ ନିଅନ୍ତୁ ଆଉ ମସ୍ତିଷ୍କକୁ ରିଲାକ୍ସ ଦିଅନ୍ତୁ। ଅନେକ ଥର ଲଗାତାର କାମ କରିବା ଯୋଗୁଁ ମସ୍ତିଷ୍କ ଥକିପଡିଥାଏ। ତେଣୁ ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ। ତେଣୁ ବର୍ଷକୁ ଅତିକମରେ ଥରେ ବାହାରକୁ ଯାତ୍ରା କରନ୍ତୁ।

ଦିନସାରା ଲଗାତାର କାମ କରିବା ଯୋଗୁଁ ଶରୀର ସହିତ ମନ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ଦିନଯାକ କାମ କରିବା ମଧ୍ୟରେ ଥରେ ଆରାମ କରିବା ଜରୁରୀ।

Spread the love