ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ହେଲେ ଶ୍ରୀମନ୍ଦିର ପ୍ରଶାସନର SOP ଅନୁଯାୟୀ ଶନିବାର ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ

ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌ । ଭୁବନେଶ୍ୱର, କଟକ ଓ ପୁରୀ ସହରରୁ ସଟଡାଉନ୍‌ କଟକଣା ଉଠିଛି । ଏଣିକି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଶନିବାର ଏବଂ ରବିବାର ପୁରୀକୁ ଆସିପାରିବେ।
ହୋଟେଲ , ରେସ୍ତୋରାଂ, ଲଜିଂ ଓ ଧର୍ମଶାଳା ଗୁଡିକ ଖୋଲାଯାଇଥିବାରୁ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହେବା ଆଶା କରାଯାଉଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର SOP ଅନୁଯାୟୀ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଏହି ଦୁଇ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇ ବିଶୋଧନ କରାଯିବ।

Spread the love