ACF ସୌମ୍ୟରଞ୍ଜନଙ୍କ ଘରେ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ବିଦ୍ୟାଭାରତୀଙ୍କୁ ବି କରିବ ଜେରା

ସୋର ୧।୯: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରିର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ । ଖଇରାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । ବେଗୁନିଆ ସ୍ଥିତ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ସୌମ୍ୟରଞ୍ଜନଙ୍କ ଘରେ ପହଞ୍ଚିଛି ଟିମ୍ । ବାପା, ମା’, ମାମୁଁ, ମାଇଁ, ଭାଇଙ୍କଠାରୁ ତଥ୍ୟ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କର ପରିବାର କରିଥିବା ଅଭିଯୋଗକୁ ଆଧାର କରି ବିଦ୍ୟା ଭାରତୀକୁ ଜେରା କରିବା ନେଇ ସୂଚନା ମିଳିଛି ।

Spread the love