ପୂର୍ବ ପରି ସମସ୍ତଙ୍କୁ କଟକଣା ମାନିବାକୁ ପଡିବ, ନହେଲେ ବିପଦକୁ ଡାକିବା

ଭୁବନେଶ୍ୱର ୦୧।୦୯: କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢିଯାଇଛି । ସମସ୍ତଙ୍କ ଦାୟିତ୍ୱ ବଢିବା ସହ ମନିଟରୀଙ୍ଗ ବାଧ୍ୟତାମୂଳକ କରିବାକୁ ପଡିବ। କଟକଣାକୁ ସମସ୍ତେ ପୂର୍ବପରି ମାନିବାକୁ ପଡ଼ିବାକୁ । ବିଭାଗର ଦାୟିତ୍ୱ ବଢିବ କାହିଁକି ନା କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କଣ ରହୁଛି । ତା ଉପରେ ନଜର ରଖିବାକୁ ପଡିବ । ସମେସ୍ତେ ହାତ ମିଳାଇଲେ ହିଁ କରୋନାକୁ ରୋକିହେବ ନହେଲେ ପୁଣି ବିପଦକୁ ଆମେ ହିଁ ନିମନ୍ତ୍ରଣ କରିବା । ମୃତ୍ୟୁ ସଂଖ୍ୟା ଆଜି କିଛି କମିଛି , ଆଗକୁ ମଧ୍ୟ କମିପାରେ । ତେଣୁ ଆମକୁ ଅପେକ୍ଷା କରିବାକୁ ପଡିବ ।ଏଥିପାଇଁ ବିଭାଗ ଚେଷ୍ଟା ଜାରି ରଖିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବା ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ମାସରେ କଟକଣାକୁ କୋହଳ କରିଛନ୍ତି । ଏହିକ୍ରମରେ ଆଜିଠୁ ରାତି ୧୦ ଯାଏ ଖୋଲା ରହିବ ଦୋକାନ ବଜାର । ସକାଳ ୫ରୁ ରାତି ୧୦ ଯାଏଁ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେପ୍ଟେମ୍ବରରେ ସବୁ ଖୋଲା।

ନୂଆ ଗାଇଡଲାଇନ ଅନୁସାରେ ସାପ୍ତାହିକ ସଟଡାଉନ ହଟାଇ ଦିଆଯାଇଛି। କେବଳ ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ହଲ ମଲ ପୂର୍ଣ୍ଣ କ୍ଷମତାର ସହିତ ଖୋଲା ରହିବ। ବାହାଘର ,ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ଏଣିକି ୨୫୦ ଲୋକଙ୍କୁ ଅନୁମତି ମିଳିବ। ଏହି ୨୫୦ ସଂଖ୍ୟା ଅତିଥୀ, ଆୟୋଜକ ଓ କର୍ମକର୍ତ୍ତାଙ୍କୁ ମିଶାଇ ରହିବ।

ବିବାହ ଶୋଭାଯାତ୍ରାରେ କେବଳ ୫୦ ଜଣ ସାମିଲ ହୋଇପାରିବେ। ତେବେ ସେପ୍ଟେମ୍ବରରେ ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ ବାରଣ ଜାରି ରହିବ । ଆଗକୁ ଗଣେଶପୂଜା, ବିଶ୍ବକର୍ମା ପୂଜା ନୂଆଖାଇ ଭଳି ପାର୍ବଣ । ତେଣୁ ପୂଜା ପାର୍ବଣ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳନ ହେବ। ଏଥିପାଇଁ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଆୟୋଜକ ପାଳନ କରିବେ। ଏଥିସହିତ କରୋନାର ସାଧାରଣ ନିୟମାବଳୀ ପାଳନ କରିବା ଲାଗି ଏସଆରସି ପୁଣି ମନେ ପକାଇ ଦେଇଛନ୍ତି। ନୂଆ ଗାଇଡ୍ଲାଇନ୍ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅକ୍ଟୋବର ଗାଇଡଲାଇନ ଘୋଷଣା କରିବେ।

Spread the love