ବିବାଦୀୟ ଗୁରୁଜୀ ମାନସ ଦାସ ଗିରଫ ! ହତ୍ୟା ମାମଲା​‌​‌ରେ ଉଠାଇନେଲା ଖୋର୍ଦ୍ଧା ପୋଲିସ

ଭୁବନେଶ୍ବର ୦୨/୦୮ : ଶେଷରେ ଗିରଫ ହେଲେ ଗୁରୁଜୀ ବିବାଦୀୟ ଗୁମାନସ ଦାସ ! ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ବାନ୍ଧିଥିବା ସୂଚନା ମିଳିଛି । ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି ।

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା​ ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି ।

ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା ମାନବବାଦ ସଙ୍ଗଠନ । ଚରମ ସୀମାରେ ପହଞ୍ଚିଥିଲା ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା । ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ । ତେବେ ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରିବା ସହିତ ଗୁରୁବାର ମାନସଙ୍କୁ ଉଠାଇ ନେଇଛି ।

ସୂଚନାଯୋଗ୍ୟ, ଗତ ୨ ତାରିଖ ରାତିରେ ମାନବବାଦ ସଂଗଠନ ଅଭିମାନପୁର ଗ୍ରାମର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରି ପୋଡ଼ିଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସଂଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣୀ ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବ ମାଡଖାଇଥିବା ବ୍ୟକ୍ତି ମାଗୁଣୀ ନାୟକ କହିଥିଲେ । ଏହି ଘଟଣା ସହ ବହୁ ଅପରାଧିକ ମାମଲାରେ ପୋଲିସ ମାନସ ଦାସଙ୍କୁ ଉଠାଇ ନେଇଥିବା ଜଣାପଡିଛି ।

Spread the love