ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ : ବନ୍ଧାହେଲେ ଆଉ ୩ ଅଭିଯୁକ୍ତ

କଟକ ୨।୯: ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ଘଟଣାରେ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ବେହେରା, ରଞ୍ଜନ ବେହେରା ଓ ଲାଲା ଓରଫ ଲଲନ୍ ଗୁପ୍ତା । ଗିରଫଦାରୀ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପ୍ରେସମିଟ୍‌ରେ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ବୁଧବାର ହତ୍ୟାକାଣ୍ଡର ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଶଙ୍କର ଓରଫ ଦିଲ୍ଲୀପ ନାୟକକୁ ଗିରଫ କରିଥିଲା ପୋଲିସ । ଦାଦାବଟି ପାଇଁ ୨୦୧୪ ନଭେମ୍ବର ୧୨ରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା ।

Spread the love