୧୫ ବର୍ଷ ହେବ ମିଳୁନି ଘରବାରି ପଟ୍ଟା, ତୁରୁମୁଙ୍ଗା ଆରଆଇ ଅଫିସ ଘେରିଲେ ଭୂମିହୀନ

ପାଟଣା, ୦୩/୦୯: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଆରଆଇ ସର୍କଲର ତୁରୁମୁଙ୍ଗା ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଭୂମିହୀନ ହିତାଧିକାରୀ ଆରଆଇ ଅଫିସକୁ ଶୁକ୍ରବାର ଘେରାଉ କରିଥିଲେ । ଅଭିଯୋଗ ଅନୁଯାୟୀ ଏହି ଆରଆଇ ସର୍କଲ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମର ୪୦ରୁ ଉର୍ଦ୍ଧ୍ୱ ଭୂମହିନଙ୍କୁ ୨୦୦୬ ମସିହାରୁ ଭୂମିହୀନ ଅନୁସାରେ ୪ ଡ଼ିସିମିଲ ଜାଗା ପାଟଣା ତହସିଲ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।

କିନ୍ତୁ ସରକାର ତାଙ୍କୁ ଯୋଗାଇ ଦେଇଥିବା ଜାଗା ଉପରେ ପ୍ରଭାବଶାଳୀ ବ୍ୟକ୍ତି ଜବର ଦଖଲ କରିବା ସହ ଉକ୍ତ ଜାଗାରେ ଗଛ ଲଗାଇବା ସହିତ ଘର ତିଆରି କରିଦେଇଥିବାରୁ ଭୂମିହୀନ ଲୋକେ ଜାଗା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ସେମାନେ ଅଭିଯୋଗ କରିବା ସହିତ ଆରଆଇ ଅଫିସ ଘେରାଉ କରିଛନ୍ତି । ଫଳରେ  ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ଖବର ପାଇ ଘଟଣା ସ୍ଥଳରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଖୁବ ଶୀଘ୍ର ତାଙ୍କ ଜାଗା କୁ ଚିହ୍ନଟ କରି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Spread the love