୩୧୯ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ, ଚାର୍ଟାର୍ଡ ଆକାଉଟାଣ୍ଟ ଗିରଫ, ଛାନିଆ ବ୍ୟବସାୟୀ ଗୋଷ୍ଠୀ

ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଚାର୍ଟାର୍ଡ ଆକାଉଟାଣ୍ଟ ଅମିତ ଅଗ୍ରୱାଲଙ୍କ ଗିରଫ ପରେ ବ୍ୟବସାୟୀ ମହଲ ଛାନିଆ | ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରୱାଲକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ସଚିନ୍ଦ୍ର କୁମାର ଯାଦବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି|

ଆଜି ଅପରାହ୍ନରେ ସଚିନ୍ଦ୍ର ଯାଦବଙ୍କୁ ଝାରସୁଗୁଡା ଏସଡିଜେଏମଙ୍କ କୋର୍ଟରେ ହାଜର କାରାଯିବା ପରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭୁବନେଶ୍ୱରର ସଚିନ୍ଦ୍ର କୁମାର ଯାଦବ। ଦୁହେଁ ମିଶି ପାଖାପାଖି ମିଛ କାଗଜ ପତ୍ର ଦେଖାଇ ୩୧୯ କୋଟି ଟଙ୍କା ଠକିଥିବା ଜି ଏସ ଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହା ଫଳରେ ରାଜ୍ୟ ସରକାରଙ୍କର ୫୮ କୋଟି ଟଙ୍କା ଠକିଥିବା ଜଣାପଡିଛି। ଆଜି ସଚିନ୍ଦ୍ରଙ୍କୁ କୋର୍ଟରେ ଉପସ୍ଥିତ କରାଇବା ସମୟରେ ଜିଏସଟିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ | ଗତକାଲି ସଚିନ୍ଦ୍ର ଯାଦବଙ୍କୁଭୁବନେଶ୍ୱରରୁ ଗିରଫ କରାଯାଇଥିଲା |

Spread the love