ଜବତ ହେଲା ୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର, 2ଙ୍କୁ ଗରିଫ

କଟକ, ୦୩/୦୯: ଜଗତପୁର ଖଇରା ବ୍ରିଜ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଜଗତପୁର ପୋଲିସ l ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ l  ଏଥି ସହିତ ୨ ଜଣ୦ ବେବସାୟୀଙ୍କୁ ଗିରଫ କରିଛି ପୋଲିସ l ଅଭିଯୁକ୍ତ ଦୁଇ ପଦ୍ମପୁର ଉର୍ଦୁ ବଜ଼ରର ମନୋରଞ୍ଜନ ବେହେରା (ଜପୁ ) ଓ ବସନ୍ତ ଦଳାଇ (ବସୁ) ହୋଇଥିବା ଜଣାପଡ଼ିଛି ।

ଏ ମାନଙ୍କ ନିକଟରୁ ୮୦ଗ୍ରାମ ବ୍ରାଉନସୁଗର, ଗୋଟିଏ ଆପାଚେ ବାଇକ, ଷୋଳଶ ଟଙ୍କା, ଦୁଇଟି ମୋବାଇଲ ଜବତ କରିଛି ପୋଲିସ । ଦୀର୍ଘ ଦିନ ହେବ ଏହି ଅଭିଯୁକ୍ତମାନେ ଆଖପାଖ ଅଂଚଳରେ ଏହି ଧଳା ଜହର ବେବସାୟ କରିଆସୁଥିଲେ । ଯୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ଆଗକୁ ସକ୍ରିୟ ଥିବା ବ୍ରାଉନ ସୁଗାର ବ୍ୟବସାୟି ପ୍ରତି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

Spread the love