ଦୂତୀଙ୍କ ବିରୋଧରେ କୌଣସି ଅପମାନସୂଚକ କିମ୍ବା ମାନହାନି କଲାଭଳି ଖବର ପ୍ରଚାର ପ୍ରସାର କରନାହିଁ: ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଧାବିକା ଦୂତୀ ଚାନ୍ଦଙ୍କ ମାନହାନି ମାମଲାରେ ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଦୂତୀଙ୍କ ବିରୋଧରେ କୌଣସି ଅପମାନସୂଚକ କିମ୍ବା ମାନହାନି କଲାଭଳି ଖବର ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫୋକସ ପ୍ଲସ ୱେବ ପୋର୍ଟାଲ ଓ ଏହାର ସମ୍ପାଦକ ସୁଧାଂଶୁ ରାଉତ ଓ ପ୍ରଦୀପ ପ୍ରଧାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିଭିଲ ଜଜ୍‌ ସିନିୟର ଡିଭିଜନ। ଏମାନଙ୍କୁ ଦୂତୀଙ୍କ ବିରୋଧରେ ମାନହାନୀ କଲାଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନେ ଦୂତୀଙ୍କ ବିରୋଧରେ କୌଣସି ଅପମାନଜନକ କିମ୍ବା ମାନହାନୀ କଲାଭଳି ଖବର ପରିବେଷଣରୁ ନିବୃତ୍ତ ରହିବାକୁ କହିଛନ୍ତି କୋର୍ଟ। ଫୋକସ ପ୍ଲସ ଓ ଏହାର ସମ୍ପାଦକ ସୁଧାଂଶୁ ରାଉତ ଏବଂ ପ୍ରଦୀପ ପ୍ରଧାନ ଦୂତୀଙ୍କ ବିରୋଧରେ ଯେଉଁ ଅପମାନଜନକ କିମ୍ବା ମାନହାନୀ କଲାଭଳି ଖବର ପରିବେଷଣ କରିଛନ୍ତି ତାହାକୁ ବ୍ଲକ କିମ୍ବା ହଟେଇବା ପାଇଁ ଦୂତ ଚାନ୍ଦ କୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଭୁବନେଶ୍ୱର ସିଭିଲ ଜଜ୍‌ ସିନିୟର ଡିଭିଜନ ଶୁଣାଣି କରି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ରେକର୍ଡ ଓ ଦସ୍ତାବିଜ ରୁ ଆପାତତଃ ପ୍ରମାଣ ରହିଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେମାନଙ୍କୁ ଏ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Spread the love