ଖୁସି ହୋଇ ଗୁଳି ଚଳାଇଲେ ତାଲିବାନୀ, ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ, ଦେଖନ୍ତୁ ଭିଡ଼ିଓ

ନିଷ୍ଠୁର ତାଲିବାନୀଙ୍କ ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ତାଲିବାନ ପଞ୍ଜଶିର ଦଖଲ କରିବା ରିପୋର୍ଟ ପ୍ରକାଶ ପାଇବା କ୍ଷଣି କାବୁଲରେ ଥିବା ଏୟାର ସଦସ୍ୟମାନେ ଆଖୁବୁଜା ଗୁଳି ଚଳାଇ ଉତ୍ସବ ମନାଇଥିଲେ। ତେବେ ସେମାନଙ୍କର ଏପରି ବେପରୁଆ ଗୁଳି ଚାଳନା ଯୋଗୁ କାବୁଲରେ ମହିଳା ଓ ଶିଶୁଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି।

ତାଲିବାନ ଗୁଳିରେ ନିରୀହ ଲୋକ ପ୍ରାଣ ହରାଇଥିଲେ ହେଁ ଏଥିପାଇଁ ସଂଗଠନ ଦୁଃଖ ମଧ୍ୟ ପ୍ରକାଶ କରିନାହିଁ। ବରଂ ସଂଗଠନ ଏବେ ସରକାର ଗଠନ ପାଇଁ ପାଗ ଭିଡ଼ିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶୁକ୍ରବାର ରାତିରେ ହଠାତ୍‌ ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା।ପଞ୍ଜଶିରରେ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟକୁ ହରାଇ ତାଲିବାନ ଆଫଗାନର ଶେଷ ପ୍ରଦେଶ କବଜା କରିଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ କାବୁଲରେ ଥିବା ତାଲିବାନୀ ଉତ୍ସବ ମନାଇବା ଆରମ୍ଭ କରିଥିଲେ। ସେମାନେ ଖୁସିରେ ଆତ୍ମବିଭୋର ହୋଇ ଶତାଧିକ ରାଉଣ୍ଡ ଗୁଳି ଚଳାଇଥିଲେ।

Spread the love