କଇଁଚି ନ ଥିବାରୁ ଦାନ୍ତରେ ଫିତା କାଟି ଉଦ୍‌ଘାଟନ କଲେ ମନ୍ତ୍ରୀ

କଇଁଚିରେ ନୁହେଁ, ବରଂ ଦାନ୍ତରେ ହିଁ ଫିତା କାଟିଲେ ମନ୍ତ୍ରୀ। ଏଭଳି ମଜାଦାର ଭିଡିଓ ଭାଇରାଲ ହେଉଛି ପାକିସ୍ତାନରୁ। ଏଠାରେ ଜଣେ ମନ୍ତ୍ରୀ ଏକ ଅନୁଷ୍ଠାନର ଉଦ୍‌ଘାଟନ ଅବସରରେ ଫିତା କାଟିବାକୁ ଯାଇଥିଲେ। କିନ୍ତୁ ଫିତା କାଟିବା ବେଳେ ତାଙ୍କ କଇଁଚି କାମ ଦେଇନଥିଲା। ଫଳରେ ମନ୍ତ୍ରୀ ଆଉ କିଛି ନ ଭାବି ସିଧାସଳଖ ଫିତାକୁ ପାଟିରେ ପୂରାଇ ଦାନ୍ତରେ ଛିଡ଼ାଇ ଦେଇଥିଲେ। ମନ୍ତ୍ରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Spread the love