ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିବା ପରିବର୍ତ୍ତେ ମିଥ୍ୟା ପ୍ରଚାର କରୁଛନ୍ତି : ସ୍ମୃତି ପଟ୍ଟନାୟକ

ଭୁବନେଶ୍ବର ୪।୯: କୋଭିଡ୍ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିବା ପରିବର୍ତ୍ତେ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଏହି ଲହର ଯଦି ଆସେ ଛୋଟ ପିଲା ବେଶୀ ପ୍ରଭାବିତ ହେବେ । ମହିଳା ବିଜେପି ରାଜ୍ୟର ୩୦ ଜିଲ୍ଲାର ହସ୍ପିଟାଲ ଗସ୍ତ କରିଥିଲୁ । ତୃତୀୟ ଲହର ପାଇଁ ସରକାର ଆଦୌ ପ୍ରସ୍ତୁତ ନାହଁନ୍ତି । ଅନେକ ମେଡିକାଲରେ ଶିଶୁ ବିଶେଷଜ୍ଞ ନାହାନ୍ତି । କେତେକ ଜିଲ୍ଲାରେ ଆବଶ୍ୟକତାଠାରୁ କମ୍ ଡାକ୍ତର ଅଛନ୍ତି ।

ଶିଶୁଙ୍କ ପାଇଁ ମେଡ଼ିକାଲ ସରଞ୍ଜାମ ଓ ଔଷଧ ମଧ୍ୟ କୌଣସି ଗୋଟିଏ ଜାଗାରେ ବ୍ୟବସ୍ଥିତ ଢଙ୍ଗରେ ନାହିଁ । ଡେଡିକେଟେଡ଼ ଚାଇଲ୍ଡ ୱାର୍ଡ ନାହିଁ । ରାଜ୍ୟରେ ଆବଶ୍ୟକ ଥିବା ୮୭୧୯ ଡାକ୍ତର ପଦବୀ ପାଇଁ ରାଜ୍ୟ ସରକାର ମାତ୍ର ୪୫୯୫ ଡାକ୍ତର ନିଯୁକ୍ତି ଦେଇପାରିଛନ୍ତି । ଯାହା ସ୍ପଷ୍ଟ କରୁଛି ଯେ ୫୨.୭୦% ଡାକ୍ତର ପଦବୀ ଖାଲି । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲର ଚିତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଯୋଗୁ ଆଜି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିପାରିଛି ।

Spread the love