କୋଭିଡ଼ ସମୟରେ ଗୁରୁ ସମାଜ ପାଇଁ ଯେଉଁ ଆହ୍ୱାନ ଆସିଛି, ତାକୁ ଆମେ ସାଙ୍ଗରେ ନେଇ ଚାଲିବାକୁ ପଡିବ

ଭୁବନେଶ୍ୱର ୦୫।୦୯: ଗୁରୁ ଦିବସରେ ଗୁରୁ ମାନଙ୍କୁ ପ୍ରଣାମ । କୋଭିଡ ମହାମାରୀ ସମୟରେ ଗୁରୁ ସମାଜ ପାଇଁ ଯେଉଁ ଆହ୍ୱାନ ଆସିଛି ତାକୁ ଆମକୁ ସାଙ୍ଗରେ ନେବାକୁ ପଡିବ। ଦେଢ଼ ବର୍ଷ କାଳ ପାଠ ପଛେଇଛି । ଅନ ଲାଇନରେ ପିଲାଙ୍କୁ ପାଠ ପଢାଇଥିଲେବି ତାହା ପିଲାଙ୍କୁ ସନ୍ତୁଷ୍ଟ କରିପାରିନି । ଅନଲାଇନରେ ଅନେକ ପିଲା ପାଠ ପଢ଼ିବାର ସୁଯୋଗ ପାଇ ନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଜି ଯେତେବେଳେ ଶ୍ରେଣୀ ଶିକ୍ଷା ଆରମ୍ଭ ହେବାକୁ ଯାଉଛି ନବମ, ଦଶମ ଓ ଦ୍ୱାଦଶ କ୍ଲାସ ଆରମ୍ଭ ହୋଇଛି । ଆଗକୁ ଅନ୍ୟ କ୍ଲାସ ଗୁଡିକ ଆରମ୍ଭ କରିବାକୁ ସରକାର ଚିନ୍ତା କରୁଛନ୍ତି । ପିଲାମାନଙ୍କ ଭିତରେ ସେ ଆତ୍ମ ବିଶ୍ୱାସ କିପରି ଭାବେ ଭରିଦେବାକୁ ପଡିବ । ଯେଉଁ ଦେଢ଼ ବର୍ଷ କାଳ ପିଲାମାନେ ପଛେଇ ଯାଇଛନ୍ତି ଆମେ ସେ ପିଲାମାନଙ୍କୁ କିପରି ସେ ବିଷୟ ସହିତ ସମ୍ପର୍କ ନହେଲେ ମଧ୍ୟ ମାନସିକ ଭାବେ ସେମାଙ୍କୁ ଆଗକୁ ଯିବାକୁ ପ୍ରସ୍ତୁତ କରିବାକୁ ପଡିବ । ସେ ଆହ୍ୱାନକୁ ଶିକ୍ଷକ ସମାଜକୁ ନେବାକୁ ପଡିବ । ସବୁ ଶିକ୍ଷକ ସମାଜକୁ ନିବେଦନ ଯେଉଁ ଆହ୍ୱାନ ଅଛି ଶିକ୍ଷା ବବସ୍ଥା ପାଇଁ ତାକୁ ଆମେ ଗ୍ରହଣ କରିବା ।

Spread the love