ତାଲିବାନର ଘୋଷଣା, ଆଫଗାନିସ୍ତାନରେ ଶାସନ ସହ ବଦଳିଯିବ ଜାତୀୟ ପତାକା ଏବଂ ରାଷ୍ଟ୍ରୀୟ ସଙ୍ଗୀତ

କାବୁଲ ୬/୦୯: ଆଫଗାନିସ୍ତାନରେ କବଜା କରିବା ପରେ ଏବେ ସରକାର ଗଠନ ନେଇ ଲାଗିପଡ଼ିଛି ତାଲିବାନ। ଖୁବଶୀଘ୍ର ଆଫଗାନିସ୍ତାନରେ ତାଲିବାନ ସରକାର ଆରମ୍ଭ ହେବ। ନୂଆ ଶାସନ ଆସିବାକୁ ଥିବା ବେଳେ ଅନ୍ୟ କିଛି ମାମଲାରେ ମଧ୍ୟ ତାଲିବାନ ପରିବର୍ତ୍ତନ କରିବ। ଆଫଗାନିସ୍ତାନର ଜାତୀୟ ପତାକା, ରାଷ୍ଟ୍ରୀୟ ସଙ୍ଗୀତ ବଦଳିଯିବ। ଇଣ୍ଡିଆ ଟୁଡେ୍‌ରେ ପ୍ରକାଶିତ ଖବର ଅନୁସାରେ, ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତ, ଆଗାମୀ ସରକାର ଆଫଗାନିସ୍ତାନର ପତାକା ଏବଂ ରାଷ୍ଟ୍ରୀୟ ସଙ୍ଗୀତ ପରିବର୍ତ୍ତନ ଉପରେ ଚିନ୍ତା କରୁଛନ୍ତି।

ତାଲିବାନ ପ୍ରଶାସନ ସରକାରୀ କର୍ମଚାରୀଙ୍କୁ ଦରମା ଦେବ ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ପଞ୍ଜଶିର ଉପରେ ତାଲିବାନ କବଜା କରିଛି। ପଞ୍ଜଶିର ଘାଟିରେ ହୋଇଥିବା ସଙ୍ଘର୍ଷରେ ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଫହିମ ଦଶ୍ତିର ମୃତ୍ୟୁ ଖବର ମଧ୍ୟରେ ତାଲିବାନ ପ୍ରବକ୍ତା କହିଛନ୍ତି, କମାଣ୍ଡର ଗୁଲ ହାଇଦର ଏବଂ ଜେନେରାଲ୍‌ ଜିରାତଙ୍କ ଭିତରେ ଚାଲିଥିବା ବିବାଦରେ ସେ ମୃତ୍ୟୁବରଣ କରିଛି ।

ଏହା ପୂର୍ବରୁ ଏନଆରଏଫ୍‌ ଏବଂ ଏହାର ନେତା ଅହମଦ ମସୁଦ ମଧ୍ୟ ଫହିମ ଦଶ୍ତିର ମୃତ୍ୟୁ ଖବରକୁ ସ୍ବୀକାର କରିଥିଲେ । ଜବିହୁଲ୍ଲା ମୁଜାହିଦ ସୋମବାର କହିଛନ୍ତି, ପଞ୍ଜଶିର ଏବେ ତାଲିବାନ କବଜାରେ ରହିଛି। ଜଣେ ଲୋକ ନାଁ ଗୋପନ କରି ଦେଇଥିବା ତଥ୍ୟ ଅୁନୁସାରେ ତାଲିବାନ ଫାଇଟର ରାତାରାତି ପଞ୍ଜଶିରର ୮ ଜିଲ୍ଲାକୁ କବଜା କରିନେଇଛନ୍ତି ।

Spread the love