ଭାଙ୍ଗିଗଲା ୧୦୦ ବର୍ଷର ପୋଲ : ପାଣି ଭିତରେ ୧୦ ଘଣ୍ଟା ହେଲା ଫସି ରହିଛନ୍ତି ଡ୍ରାଇଭର

କୁଚିଣ୍ଡା,୧୦/୦୯: ଭାଙ୍ଗିଗଲା ବ୍ରିଟିଶ ଅମଳର ପୁରୁଣା ପୋଲ । ପାଣି ଭିତରେ ପଡିଗଲା ଡମ୍ଫର । ଏବେବି ଡମ୍ଫର ଡ୍ରାଇଭର ଗାଡି ଭିତରେ ଫସି ରହିଥିବା ଜଣାପଡିଛି ।

ସୂଚନାନୁସାରେ, ସମ୍ବଲପୁର କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ରହିଖି ବ୍ରିଟିଶ ଅମଲର ପୋଲ । ଏହା ୧୦୦ ବର୍ଷର ପୁରୁଣା  । ଏହା ଭାଙ୍ଗି ଯାଇଥିବା ସୂଚନା ମିଳିଛି ।  ଫଳରେ ଏକ ଡମ୍ଫର ପାଣି ଭିତରେ ବୁଡି ଯାଇଛି । ଏହାର ଡ୍ରାଇଭର ଡମ୍ଫର ମଧ୍ୟରେ ଫସି ରହିଛନ୍ତି ।  ଦୀର୍ଘ ଦଶ ଘଣ୍ଟା ପରେ ବି  ଡ୍ରାଇଭର  ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ  ଜାରି ରହିଛି l ଦମକଳ ବାହିନୀ ଜଣେ ବ୍ୟକ୍ତିକୁ ଉଦ୍ଧାର କରିଥିବା ସମୟରେ ଅନ୍ୟ କାହାରିକୁ ଉଦ୍ଧାର କରିପାରି ନାହାଁନ୍ତି ।ଘଟଣା ସ୍ଥଳରେ ଦମକଳ ବାହିନୀ, ପୋଲିସ ଏସଡିପିଓ, ଆଇଆଇସି, ଉପଜିଲ୍ଲାପଳ ଉପସ୍ଥିତ ଅଛନ୍ତି।

ବ୍ରିଜ ଭାଙ୍ଗିବା ଫଳରେ କୁଚିଣ୍ଡା ସହରକୁ ଯୋଗାଯୋଗରୁ ବିଛିନ୍ନ ରହିଛି। ଜାତୀୟ ରାଜପଥ ୪୯ ବିଲାସପୁରରୁ ଖଡଗପୁରକୁ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। ପ୍ରଶାସନ ନୂତନ ନିର୍ମାଣ ହୋଇଥିବା ପୋଲରେ ହାଲୁକା ଯାନ ତଥା ଯାତ୍ରୀବାହି ବସ ଯିବା ନେଇ ବ୍ୟବସ୍ଥା କରିଛି l

Spread the love