ଜାତି ଭିତ୍ତିକ ଜନଗଣନା ସଂକଳ୍ପ ପାରିତ ପରେ ରାଜନୀତି ଜୋର, ଶାସକ-ବିରୋଧୀ ତୁ ତୁ ମେଁ ମେଁ…

ଭୁବନେଶ୍ଵର ୧୦।୦୯: ଜାତି ଭିତ୍ତିକ ଜନଗଣନା ନେଇ ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ଓବିସିକୁ ନେଇ ଜୋର ଧରିଛି ରାଜନୀତି। ଓବିସିରେ କେତେ ଜାତି  ଅଛନ୍ତି ଚିହ୍ନଟ କରିବା କଥା କହି  ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଛି ବିଜେପି। ଏପଟେ କଂଗ୍ରେସ କହିଛି ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସଂରକ୍ଷଣ ଦେଇନାହାନ୍ତି । କେଉଁ ପଞ୍ଚାୟତରେ ଓବିସି ୨୭ ପ୍ରତିଶତ ସଂରକ୍ଷଣ ଦେବେ ସ୍ପଷ୍ଟ କରିନାହାନ୍ତି। କେବଳ ପଞ୍ଚାୟତ ଭୋଟକୁ ଆଖି ଆଗରେ ରଖି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର।  ଏପଟେ ବିଜେଡି କହିଛି ସକଳ୍ପ ପାରିତ କରି ଓବିସିଙ୍କୁ ନ୍ୟାୟ ଦେବା ପାଇଁ ସରକାର ସ୍ପଷ୍ଟ କରିଛନ୍ତି।

ଜାତି ଭିତ୍ତିକି ଜନଗଣନା ନେଇ ସଂକଳ୍ପ ପାରିତ ହେବା ପରେ ଜୋର ଧରିଛି  ରାଜନୀତି। ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ । ଏକାଧିକ ରାଜ୍ୟ ଜାତି ଭିତ୍ତିକ ଜନ ଗଣନା ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରଥମେ ଓବିସିରେ କେଉଁ କେଉଁ ଜାତି  ରହିବେ ତାହାକୁ ଆଗ ଚିହ୍ନଟ କରନ୍ତୁ ରାଜ୍ୟ ସରକାର । ନହେଲେ କିଛି ଲାଭ ହେବ ନାହିଁ। ଜାତିଭିତ୍ତିକ ଜନଗଣନା ନେଇ ଅଯଥା ପ୍ରହସନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏପଟେ କଂଗ୍ରେସ  କହିଛି ଆଜି ପର୍ଯ୍ୟନ୍ତ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୨୭ ପ୍ରତିଶତ  ସଂରକ୍ଷଣ ଦେଇ ପାରି ନାହାନ୍ତି। ଏବଂ ପଞ୍ଚାୟତ ନିର୍ବାଚନରେ କେଉଁଠି  ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବେ କିଛି ସ୍ପଷ୍ଟ କରିନାହାନ୍ତି। କେବଳ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି  ଭୋଟ ପାଇଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ଜନସଂଖ୍ୟା ଅଧାରରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାରେ ସରାକରଙ୍କ ଆଗରେ ଅନେକ ପ୍ରତିବନ୍ଧକ ରହୁଛି। ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ଅନୁସୂଚିତ ଜନଜାତି ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ୧୬.୨୫ପ୍ରତିଶତ, ଏସଇବିସିଙ୍କ ୧୧.୨୫ ପ୍ରତିଶତ ରହିଛି।  ପ୍ରତିବନ୍ଧକକୁ ଏଡାଇବା ପାଇଁ ଜାତିଭିତିକ ଜନଗଣନା ନିହାତି ଆବଶ୍ୟକ । ସେଥିପାଇଁ ରାଜ୍ୟ ସରାକର ରେଜିଷ୍ଟାର ଜେନେରାଲ ଏବଂ ସେନସସ କମିଶନରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ହେଲେ ଜାତିଭିତ୍ତିକ ଜନଗଣନା ହେଲେ ଜନଗଣନାର ଉଦୋଶ୍ୟ ସାଧିତ ହୋଇପାରବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ତେଣୁ ପଛୁଆ ବର୍ଗକୁ ସଂରକ୍ଷଣ ଦେବପାଇଁ ସକଳ୍ପ ପାରିତ କରି ରାଜ୍ୟ ସରାକର ସ୍ପଷ୍ଟ କରିଛନ୍ତି।

ଓବିସିରେ ୨୦୯ ଗୋଟି ଜାତି ଅଛନ୍ତି । ଏହି ୨୦୯ ତାଲିକାରୁ ପଛୁଆ ବର୍ଗରେ କେଉଁ ଜାତି ରହିବେ ଆଉ  କେଉଁ ଜାତି କଟିବେ ବର୍ତମାନ ସୁଦ୍ଧା ନିଷ୍ପତି ହୋଇନାହିଁ। ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହାର ଫର୍ମୁଲା ବାହାର କରିବେ ନିଶ୍ଚୟ।

Spread the love