ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସମ୍ୱର୍ଦ୍ଧନା, ଦେଲେ ୬ କୋଟି ଟଙ୍କାର ଚେକ୍‌, ଭଗତ କହିଲେ ‘ଡେପୁଟୀ କଲେକ୍ଟର ହେବା ମୋ ଇଚ୍ଛା’

ଭୁବନେଶ୍ୱର, ୧୦/୦୯:  ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗବତଙ୍କୁ ଓଡିଶାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିନା ଦେବା ସହ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ପ୍ରମୋଦ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏକ ସ୍ବତନ୍ତ୍ର ଗାଡିରେ ପ୍ରମୋଦଙ୍କୁ ସହର ପରିକ୍ରମା କରାଯାଇଥିଲା ।  ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଓ ପ୍ରସଂଶକ ବିମାନ ବନ୍ଦରରେ ଭଗତଙ୍କୁ ସ୍ବାଗତ ଜଣାଇଥିଲେ । ନିଜ ମାଟିରେ ଏଭଳି ସମ୍ବର୍ଦ୍ଧନାରେ ସେ ଖୁସିରେ ଆତ୍ମହରା ହେଇଥିବା କହିବା ସହିତ ନିଜ ଗେ।ଲଡ ମେଡାଲକୁ ଓଡିଶା ବାସୀଙ୍କ ଉେଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ ।

Post Views: 432

Spread the love