ବାରମ୍ବାର ବ୍ରେକ୍ଅପ ହେବାରୁ ବିରକ୍ତ ହୋଇଯାଇଥିଲେ ଯୁବତୀ : ଶେଷରେ ନିଜ ସହ କଲେ ବିବାହ

ବିବାହରେ ପରସ୍ପରକୁ ଆପଣାଇବା ସହ ଜନ୍ମ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି। ଦୁଇ ଜଣଙ୍କ ଏହି ସମ୍ପର୍କରେ ପ୍ରତିଟି ସମୟ ଓ ପରିସ୍ଥିତିରେ ଉଭୟଙ୍କ ସହ ସାଥୀ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଥାନ୍ତି। ତେବେ ବର୍ତ୍ତମାନର ବିବାହରେ ସେସବୁ ଦେଖିବାକୁ ମିଳୁନାହିଁ। ବିବାହକୁ କିଛି ଲୋକ ଖେଳ ଘର କରିସାରିଲେଣି। ଅନେକ ଧୋକା ମଧ୍ୟ ବିବାହ ପରେ ଦେଖିବାକୁ ମିଳିଛି। ଏହାକୁ ଦେଖି ଅନ୍ୟ ଲୋକମାନଙ୍କର ବିବାହରୁ ଭରସା ଉଠିଗଲାଣି। ଏଭଳି ଏକ ଧୋକାର ଶିକାର ହୋଇଛନ୍ତି ଏହି ୩୩ ବର୍ଷିୟା ଯୁବତୀ।

ତେବେ ବ୍ରାଜିଲରେ ରହୁଥିବା ଇଣ୍ଟାଗ୍ରାମ୍‌ର ମଡେଲ କ୍ରିସ୍ ଗଲେରା ନିଜ ବାହାଘର ପାଇଁ ବେଶ ଖୁସି ଥିଲେ। କିନ୍ତୁ  ତାଙ୍କ ସହ ଏମିତି କିଛି ଘଟିଥିଲା ଯେ ଶେଷରେ ତାଙ୍କୁ ନିଜ ସହ ବିବାହ କରିବାକୁ ପଡିଲା। ଏହାକୁ ଶୁଣି ଆପଣ ହୁଏତ ଭାବୁଥିବେ ଏମିତି କେମିତି ହେଲା। ନିଜ ସହ ବିବାହ କରିବା ପାଇଁ ମଡେଲ ଜଣକ ବେଶ ଉତ୍ସାହିତ ଥିବାର ଶୁଣିବାକୁ ମିଳିଛି। ନିଜ ୱେଡିଂରେ ଟପ୍‌ କ୍ଲାସ ଆରେଞ୍ଜମେଣ୍ଟ କରି ଚର୍ଚ୍ଚାର ବିଷୟ ପାଳଟିଛନ୍ତି ଏହି କ୍ରିସ୍ । ଏହି ବିବାହରେ Model Marries Herself ମଧ୍ୟ ଲେଖାଯାଇଛି ।କିନ୍ତୁ ପ୍ରଥମେ ସେ ଭାବୁଥିଲେ ଯେ ଖୁସି ରହିବା ପାଇଁ ତାଙ୍କୁ ଏକ ପାର୍ଟନରର ଆବଶ୍ୟକତା ରହିଛି। ଯାହା ସହ ସେ ସବୁ କିଛି ସେୟାର କରିପାରିବେ । ହେଲେ ତାଙ୍କର ସମ୍ପର୍କ ବାରମ୍ବାର ଭାଙ୍ଗିବା ପରେ ସେ ମଧ୍ୟ ଭାଙ୍ଗି ପଡିଥିଲେ। ତେବେ ସୂଚନା ମିଳିଛି ଯେ ତାଙ୍କର ଅଧିକାଂଶ ସମ୍ପର୍କ ତିଷ୍ଠି ପାରୁ ନଥିଲା । ଯାହାଫଳରେ ବ୍ରେକଅପ ହୋଇ ଯାଉଥିଲା । ସେହିକାରଣରୁ ସେ ବହୁତ ଦୁଃଖିତ ହୋଇଯାଇଥିଲେ ।ଶେଷରେ ନିଷ୍ପତ୍ତି ନେଲେ ନିଜ ସହ ବିବାହ କରିବା ପାଇଁ । ଏଭଳି ଅଜବ ଚିନ୍ତାଧାରା ପାଇଁ ସେ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ନିଜ ସହ ବିବାହ କରିବା ସମୟରେ ସେ ବହୁତ ଖୁସି ଥିଲେ। ଏଥିପାଇଁ ଗ୍ରାଣ୍ଡ ଭାବେ ଇଭେଣ୍ଟ ଆୟୋଜନ କରିଥିଲେ । ଏହି ଇଭେଣ୍ଟରେ ନିଜ ଅନ୍ତରଙ୍ଗ ସାଙ୍ଗମାନଙ୍କୁ ଡାକିଥିଲେ। ଯାହାକି ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହୋଇଥିଲା।

Spread the love