ଲଗାଣ ବର୍ଷା କାରଣରୁ ରାଜଧାନୀରେ ଦବିଲା ୩ ମହଲା କୋଠା, ଭୟରେ ଦୌଡ଼ିଲେ ପରିବାର

ଭୁବନେଶ୍ୱର, ୧୨/୦୯: ଲଘୁଚାପ କାରଣରୁ ରାଜଧାନୀରେ ଲାଗି ରହିଛି ବର୍ଷା । ରାସ୍ତାରେ ଲହଡ଼ି ମାରୁଛି ପାଣି । ଏହାରି ଭିତରେ ଡୁମଡୁମା ରଘୁନାଥ ନଗରରେ ଏକ ୩ ମହଲା ଘର ଦବି ଯାଇଥିବା ଜଣାପଡ଼ିଛି । ଫଳରେ ଭୟରେ ଘରେ ଥିବା ସମସ୍ତ ସଦସ୍ୟ ବାହାରି ଆସିଥିଲେ। ଲଗାଣ ବର୍ଷା କାରଣରୁ ଘର ଦବିଥିବା ସୂଚନା ଜଣାପଡ଼ିଥିବା ବେଳେ ଘରର କାନ୍ଥ ଫାଟି ଦବିଥିବା ଦେଖିବାକୁ ମିଳିଛି । ଉକ୍ତ ଘରେ ଭଡାଟିଆ ରହୁଥିବା ଜଣାପଡିଛି

Spread the love