ସାମ୍ପୋରେ ନୁହେଁ ବରଂ ମାଟିରେ ଧୁଅନ୍ତୁ ଚୁଟି

କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ ଏବେ ମାର୍କେଟରେ ଭିନ୍ନ ଭିନ୍ନ ପ୍ରକାରର ସାମ୍ପୋ ମିଳୁଛି। ଏହି ପ୍ରଡକ୍ଟ କିଣିବାକୁ ମହିଳାମାନେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ବିୟୁଟି ପ୍ରଡକ୍ଟ ବଦଳରେ ଯଦି ଆପଣ କେତେକ ଘରୋଇ ଜିନିଷ ବ୍ୟବହାର କରିବେ ତେବେ ନିଜ ଚୁଟିକୁ ଅଧିକ ଚମକଦାର ଓ ମୁଲାୟମ କରିପାରିବେ। ଏହି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ମାଟି। ମାଟିରେ ଚୁଟି ଧୋଇବା ବେଶ୍‌ ଲାଭଦାୟକ ହୋଇଥାଏ। ଏହା ନ୍ୟାଚୁରାଲ ସମ୍ପୋ ଭାବେ ଚୁଟିକୁ ଚମକଦାର କରିଥାଏ। ତେବେ ଆସନ୍ତୁ ଜାଣିବା ମାଟିରେ ଚୁଟି ସଫା କଲେ ମିଳୁଥିବା ଫାଇଦା ସମ୍ପର୍କରେ…
ମାଟିରେ ଚୁଟି ସଫା କଲେ ତାଳୁ ଓ ଚୁଟିରୁ ସବୁ ମଇଳା ବାହାରିଯାଏ। ଏହା ଚୁଟିର ତୈଳାଂଶକୁ ମଧ୍ୟ ସମ୍ପୂର୍ଣ୍ଣ ଦୂର କରେ।
ମାଟିରେ ଚୁଟି ଧୋଇଲେ ଚୁଟିର ଚମକ ବଢ଼େ। ଏଥିସହ କେଶ ମୁଲାୟମ ମଧ୍ୟ ହୋଇଯାଏ।
ମାଟିରେ ଚୁଟି ଧୋଇବା ଦ୍ୱାରା ଏହାର ପିଏଚ୍‌ ଲେବଲ ମଧ୍ୟ ମେଣ୍ଟେନ୍‌ ରହେ। ଏହା ଦ୍ୱାରା ଫଙ୍ଗଲ ଇନ୍‌ଫେକସନ୍‌ ହେବାର ଆଶଙ୍କା ବି ଦୂର ହୁଏ।
ତେବେ ବଜାରରୁ ମାଟି କିଣିବା ବେଳେ ଏହାର ମାନ ଚେକ୍‌ କରିବା ନିହାତି ଦରକାର। ନଚେତ୍‌ ଚୁଟି ଖରାପ ହୋଇପାରେ।

Spread the love