ପ୍ରଥମ ଥର ଗୀତ ଗାଇଲେ ମଳୟ ମିଶ୍ରଙ୍କ ଝିଅ ମନସୁନ୍ ମିଶ୍ର

ଷ୍ଟୁଡିଓରେ ପ୍ରଥମ ଥର ଗୀତ ଗାଇଲେ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ଝିଅ ମନସୁନ୍ ମିଶ୍ର ଓଡ଼ିଶାର ଆଗ ଧାଡିର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ଝିଅ ମନସୁନ୍ ମିଶ୍ର ପ୍ରଥମ ଥର ପାଇଁ ଏକ ଭକ୍ତି ଗୀତ ଗାଇଛନ୍ତି । ଆଜି କଟକର ବାଦାମବାଡିରେ ଥିବା ଷ୍ଟୁଡିଓ ପବିତ୍ରରେ ଏହି ଗୀତ ରେକର୍ଡ ହୋଇଛି । ଏହାକୁ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର ଓ ଗୀତ ରଚନା କରିଛନ୍ତି ଧ୍ରୁବ ଦାସ । ଏହି ଗୀତଟି ମନସୁନ୍ କ୍ରିଏଟ୍ସର ୟୁଟ୍ୟୁବ୍ ଚ୍ୟାନେଲ ଗୀତାଞ୍ଜଳୀରେ ଖୁବଶୀଘ୍ର ମୁକ୍ତିଲାଭ କରିବ । ପ୍ରକାଶ ଥାଉ କି, ମନସୁନ୍ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଓ ସୁଗୃହିଣୀ ପ୍ରିୟମ୍ବଦା ମିଶ୍ରଙ୍କ କନ୍ୟା ଅଟନ୍ତି । ଆଗାମୀ ଦିନରେ ତାଙ୍କର ସଙ୍ଗୀତ ଯାତ୍ରା ସଫଳ ହେଉ ବୋଲି ମୋ ଓଡ଼ିଶା ତରଫରୁ ପ୍ରାର୍ଥନା ।

Spread the love