ଡେଲିଭରୀ ବୟ୍‌ଙ୍କୁ ଅପହରଣ ମାମଲା: ମଧ୍ୟପ୍ରଦେଶରୁ ଠାବ, ଅପହରଣ ନାଟକ ରଚିଥିବା ସନ୍ଦେହ

ଭୁବନେଶ୍ୱର: ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍‌ପେନ୍ସ । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ  ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ । ଅନ୍ୟ ଜଣେ ସାଥୀକୁ ମଧ୍ୟ ଠାବ କରିଛି ପୋଲିସ । ପତିତପାବନକୁ ଆଣିବାକୁ ଯାଇଛି ଟିମ । ପଚରା ଉଚାର ପରେ ଅପହରଣ ପଛର ସତ ସ୍ପଷ୍ଟ ହୋଇପାରିବ । ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଅପହରଣ ନାଟକ ରଚାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଯୋଗ୍ୟ ଯେ,  ବିଳମ୍ବିତ ରାତିରେ ସ୍ୱିଗୀ ଡେଲିଭରୀ ବୟ୍ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍‌, ଗଞ୍ଜି ଓ ଏକ ଛୁରି ମିଳିଥିଲା । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଥିଲେ ।

Spread the love