ପ୍ରକାଶ ପାଇଲା JEE ମେନ ପରୀକ୍ଷା ଫଳ

ବାହାରିଲା ୨୦୨୧ JEE ମେନ ପରୀକ୍ଷା ଫଳ । ବହୁ ବିଳମ୍ବିତ ପରେ ଚତୁର୍ଥ ତଥା ଶେଷ ଅଧିବେଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ଫଳାଫଳ ମଙ୍ଗଳବା ବିଳମ୍ବିତ ରାତିରେ ଘୋଷଣା ହୋଇଛି । ରେକର୍ଡ ସଂଖ୍ୟାକ 44 ଜଣ ଛାତ୍ର 100 ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହା ସହିତ ପ୍ରାୟ 18 ଜଣ ଛାତ୍ର ପ୍ରଥମ ସ୍ଥାନ ମାନ୍ୟତା ପାଇଛନ୍ତି । ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ୪ଜଣ ଟପ ୧୮ରେ ସାମିଲ ।

ଚଳିତ ବର୍ଷ ୭ଲକ୍ଷ ୩୨ ହଜାର ପରୀକ୍ଷାର୍ଥୀ JEE ମେନ୍ ପରୀକ୍ଷା ଦେଇଥିଲେ । ପ୍ରଥମ ସ୍ଥାନରେ ରହିଛନ୍ତି କର୍ଣ୍ଣାଟକର ଗୌରବ ଦାସ । ଦ୍ବିତୀୟରେ ବିହାରର ବୈଭବ ବିଶାଳ ଓ ତୃତୀୟରେ ଆନ୍ଧ୍ରପ୍ରଦେଶର ଦୁଗିନେନୀ ଭେଙ୍କଟ ପାନିଶ । ସେହିପରି ଚତୁର୍ଥ ସ୍ଥାନରେ ରାଜସ୍ଥାନର ସିଦ୍ଧାନ୍ତ ମୂଖାର୍ଜୀ ଓ ପଞ୍ଚମରେ ଦିଲ୍ଲୀ ଏନସିଟିର ରୁଚିକା ବନସଲ । ସେପ୍ଟେମ୍ବର ୨ରେ JEE ମେନ ଚତୁର୍ଥ ତଥା ଶେଷ ଅଧିବେଶନ ପରୀକ୍ଷା ଶେଷ ହୋଇଥିଲା ।

ଏହି ବର୍ଷଠାରୁ, ପ୍ରବେଶିକା ପରୀକ୍ଷା JEE – ମେନ୍ ବର୍ଷକୁ ଚାରିଥର ଛାତ୍ରମାନଙ୍କୁ ନମନୀୟତା ଏବଂ ସେମାନଙ୍କ ସ୍କୋରରେ ଉନ୍ନତି ଆଣିବାର ସୁଯୋଗ ପ୍ରଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚରେ ପରବର୍ତ୍ତୀ ପର୍ଯ୍ୟାୟଗୁଡିକ ଏପ୍ରିଲ୍ ଏବଂ ମେ ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ COVID-19 ମହାମାରୀର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତୃତୀୟ ସଂସ୍କରଣ ଜୁଲାଇ 20-25 ରୁ ଅନୁଷ୍ଠିତ ହୋଇଥିବାବେଳେ ଚତୁର୍ଥ ସଂସ୍କରଣ ଅଗଷ୍ଟ 26 ରୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୧୩ଟି ଭାଷାରେ ଏହି ପରୀକ୍ଷା କରାଯାଇଥିଲା ।

ଆନୁଷ୍ଠାନିକ ଭାବେ ଘୋଷଣା ରେଜଲ୍ଟ ହେବା ପରେ ଛାତ୍ରମାନେ ସେମାନଙ୍କର ସ୍କୋର କାର୍ଡଗୁଡ଼ିକୁ jeemain.nta.nic.in ଏବଂ nta.ac.in ରୁ ଡାଉନଲୋଡ୍ କରିପାରିବେ । JoSAA କାଉନସିଲ IIIT ଓ NITରେ ଖୁବ ଶୀଘ୍ର ଆଡମିଶନ ଆରମ୍ଭ ହେବ । JEE ଆଡଭାନ୍ସ – ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ମଧ୍ୟ ଆଜିଠାରୁ ଆରମ୍ଭ ହେବ । ଅପରାହ୍ନରୁ ଉପଲବ୍ଧ ହେବ ପଞ୍ଜୀକରଣ ଫର୍ମ.

Spread the love