କେବିସି ୧୩ରେ ଦର୍ଶକଙ୍କ ଦାବି- ପଚରାଗଲା ଭୁଲ୍ ପ୍ରଶ୍ନ, ଶୋର ମେକର୍ସଙ୍କୁ ବି ଦେଲେ ଉପଦେଶ, ଏମିତି ଉତ୍ତର ରଖିଲେ ନିର୍ମାତା ସିଦ୍ଧାର୍ଥ ବସୁ

ମୁମ୍ବାଇ ୧୫।୦୯: କୌନ ବନେଗା କୋରଡପତି ସିଜିନ-୧୩ରେ ସୋମବାର ଭୁଲ୍ ପ୍ରଶ୍ନ ଏବଂ ଉତ୍ତର ଦିଆଯାଇଥିବା ଦାବି କରିଛନ୍ତି ଜଣେ ଦର୍ଶକ। ସୋମବାର ୧୩ମ ଏପିସୋଡ ପ୍ରସାରଣ ହୋଇଥିଲା। ଦର୍ଶକଙ୍କ କହିବା କଥା ସୋମବାର ଶୋରେ ଲୋକସଭା ଓ ରାଜ୍ୟସଭା ସଂପର୍କିତ ଯେଉଁ ପ୍ରଶ୍ନ ପଚରାଗଲା ଏବଂ ଯେଉଁ ଉତ୍ତର ଦିଆଗଲା ତାହା ଭୁଲ୍ ଦେଖା ଯାଇ ଥିଲା। ଏହି ଦର୍ଶକଙ୍କ ଟ୍ଵିଟ୍‌ରରେ ଜବାବ ଦେଇ ଶୋର ନିର୍ମାତା ସିଦ୍ଧାର୍ଥ ବସୁ କହିଛନ୍ତି ଏଥିରେ ଭୁଲ୍ କିଛି ନାହିଁ।

ସୋମବାର ହଟ୍‌ସିଟ୍‌ରେ ବସିଥିବା ପ୍ରତିଯୋଗୀ ଦିପ୍ତୀ ତୁପେଙ୍କୁ ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ସାଧାରଣତଃ ଭାରତୀୟ ସଂସଦର ପ୍ରତ୍ୟେକ ବୈଠକ ଉପରୋକ୍ତ ମଧ୍ୟରୁ କାହା ସହ ଆରମ୍ଭ ହୋଇଥାଏ ? ଏହି ପ୍ରଶ୍ନର ଉତ୍ତର ପାଇଁ ଚାରି ବିକଳ୍ପ ଥିଲା- ୧. ଶୁନ୍ୟ କାଳ ୨. ପ୍ରଶ୍ନ କାଳ ୩. ବିଧାୟୀ କାର୍ଯ୍ୟ ୪. ବିଶେଷ ଅଧିକାର ପ୍ରସ୍ତାବ। ଆଉ ଏହି ପ୍ରଶ୍ନର ସଠିକ୍  ଉତ୍ତର ଥିଲା- ପ୍ରଶ୍ନ କାଳ।

କେବିସି ପ୍ରଶ୍ନ ଉପରେ ପ୍ରଶ୍ନ ଉଠାଇଲେ ୟୁଜର

ଉତ୍ତର ରଖିଲେ ଶୋର ନିର୍ମାତା

କେବିସିର ଏହି ଦର୍ଶକଙ୍କୁ ଉତ୍ତର ରଖି ସିଦ୍ଧାର୍ଥ ଟ୍ଵିଟ୍‌ରେ ଲେଖିଛନ୍ତି ଯେ, ଏଥିରେ କିଛି ଭୁଲ୍ ନାହିଁ। ଦୟା କରି ନିଜର ସୂଚନା ପାଇଁ ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କ  ହ୍ୟାଣ୍ଡବୁକ୍ ଚେକ୍ କରନ୍ତୁ। ଦୁଇ ଗୃହରେ ଯେ ପର୍ଯ୍ୟନ୍ତ  ବାଚସ୍ପତି/ଅଧ୍ୟକ୍ଷ ଦ୍ଵାରା ନିର୍ଦ୍ଦେଶ ଦିଆଯାଇ ନାହିଁ, ପାରମ୍ପରିକ ଭାବେ ବୈଠକର ଆରମ୍ଭ ପ୍ରଶ୍ନ କାଳରୁ ହିଁ ଆରମ୍ଭ ହୋଇଥାଏ। ଏହା ପରେ ଶୂନ୍ୟକାଳ ଆରମ୍ଭ ହୋଇଥାଏ।

ସିଦ୍ଧାର୍ଥ ପୁଣି ଥରେ ଦର୍ଶକଙ୍କୁ ଉତ୍ତର ଦେଇ ଟ୍ଵିଟ୍ କରିଛନ୍ତି ଯେ, ଏହି ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ତାହା ଦର୍ଶାଉଛି ଯାହା ପ୍ରଶ୍ନ ଏବଂ ଉତ୍ତର  ପାଇଁ ଉଦ୍ଦିଷ୍ଟ ଅଛି। ଦୟା କରି ତାକୁ କିମ୍ବା ଅନ୍ୟ ପ୍ରମାଣିକ ବହି ପୁଣି ଥରେ ପଢନ୍ତୁ। ଭୁଲ୍ ବ୍ୟାଖ୍ୟା ପାଇଁ ଏଠାରେ କୌଣସି ସ୍ଥାନ ନାହିଁ। ଏହା ଅଜବ ଯେ, ଆପଣଙ୍କୁ ଗୋଟିଏ ତ୍ରୁଟି ସହ ରହିବାକୁ ଚାହୁଁଛନ୍ତି ଯେଉଁଠି ସେମିତି କିଛି ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଗୋଟିଏ ଅଭିଯୋଗ ନୁହେଁ, ମଙ୍ଗଳବାର ପ୍ରସାରିତ କେବିସି ୧୩ ଏପିସୋଡରେ ମଧ୍ୟ ଏକ ଭୁଲ୍ ଉତ୍ତରକୁ ଠିକ୍ କୁହାଯାଇ ଥିବାର ଅଭିଯୋଗ ଆସିଛି। ପ୍ରଶ୍ନଟି ଥିଲା ବଳି ରାଜାଙ୍କର ପିତାମହ ବା ଜେଜେ କିଏ ? ଯଦିଓ ରାଜା ବଳି ବା ମହାଦାନୀ ବଳି ହେଉଛନ୍ତି ପ୍ରହ୍ଲାଦଙ୍କ ପୁତ୍ର ବିରୋଚନଙ୍କ ପୁଅ। କିନ୍ତୁ କେବିସି ଏପସୋଡରେ ସଠିକ୍ ଉତ୍ତର ଭାବେ ହିରଣ୍ୟକଶ୍ୟପୁ ମହାଦାନୀ ବଳିଙ୍କ ଜେଜେ ବାପା ବୋଲି କୁହଯାାଇଥିଲା। ଏଥିପାଇଁ ପ୍ରତିଯୋଗୀଙ୍କୁ ପୁରସ୍କାର ରାଶି ବି ମଞ୍ଜୁର ହୋଇଥିଲା। କିନ୍ତୁ ଏହା ଭୁଲ୍ ଉତ୍ତର ବୋଲି କିଛି ଦର୍ଶକ ଅଭିଯୋଗ କରିଛନ୍ତି।

Spread the love