ହୀରାକୁଦ ଡ୍ୟାମରେ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି।

ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୯ ଫୁଟ୍‌। ହୀରାକୁଦ ଜଳଭଣ୍ଡାରର ସର୍ବୋଚ କ୍ଷମତା ୬୩୦ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ପ୍ରତି ସେକେଣ୍ଡରେ ୪ଲକ୍ଷ ୨୩ ହଜାର ୦୮୯ କ୍ୟୁସେକ ଜଳ ନିଷ୍କାସନ ହେଉଛି।
Spread the love