ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ ପତିତପାବନ, ଧଉଳି ଥାନାରେ କରାଯିବ ପଚରାଉଚରା

ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍‌ ଓ ଯୁବତୀକୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ୍‌ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍‌। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା କରାଯିବ। ମଧ୍ୟପ୍ରଦେଶ କଟନୀ ଷ୍ଟେସନରେ ତାକୁ ଅଟକ ରଖିଥିଲା ଜିଆରପି। ନିଜେ ଅପହରଣ ନାଟକ ନିଜେ ରଚିଥିଲା ଡେଲିଭରୀ ବୟ ପତିତପାବନ ପୃଷ୍ଟି ।

ବର୍ଷକ ତଳେ ପ୍ରେମ ବିବାହ କରିଥିବା ଚିକୁନ ଗୋପ ଅଞ୍ଚଳର ଜଣେ ପ୍ରେମିକା ସହ ଫେରାର ହୋଇଯାଇଥିଲା । ହେଲେ ଟ୍ରେନ ରିଜରଭେସନ ଟିକେଟ ଧରା ପକାଇଦେଲା । ଗତ ଶନିବାର ଭୁବନେଶ୍ୱର ଲିଙ୍ଗିପୁରରୁ ସ୍ୱିଗି ଡେଲଭରୀ ବୟ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା ।

ଅପହରଣ ସଂପର୍କରେ ଘଟଣାଦିନ ରାତିରେ ପତିତପାବନ ତାଙ୍କ ପତ୍ନୀଙ୍କ ମୋବାଇଲ ଫୋନକୁ ଏକ ଭଏସ ମେସେଜରେ ଜଣାଇଥିଲେ । ଦୟା ନଦୀ ବନ୍ଧ ଉପରୁ ପତିତପାବନଙ୍କ ବ୍ୟାଗ, ମନିପର୍ସ ଓ ଚପଲ ମିଳିଥିଲା। ଘଟଣାସ୍ଥଳରୁ ମିଳିଥିଲା ଏକ ନୂଆ ଛୁରୀ । ହେଲେ ପତିତପାବନଙ୍କ ସବୁ ଚାଲ୍‌ ଫେଲ ମାରିଛି । ପ୍ରେମିକା ସହ ଫେରାର ପାଇଁ ଅପହରଣ ନାଟକ ରଚିଥିଲା ସ୍ୱିଗି ବୟ।

Spread the love