ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି, ମୃତ୍ୟୁ ସଂଖ୍ୟା ବି କମିଛି : ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୧୮।୯: କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଯାହା ରହିଛି ଆକ୍ଟିଭ୍ କେସ୍ । ହସ୍ପିଟାଲାଇଜେସନ କମୁଛି । ମୃତ୍ୟୁ ସଂଖ୍ୟା ବି କମିଛି । ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି ।  ହାରାହାରି ୫୦୦ରୁ ୬୦୦ଭିତରେ ରହୁଛି ଦୈନିକ ସଂକ୍ରମଣ ।

ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ବର ଓ କଟକରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ଯେହେତୁ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ ଏଠି ରହିଛି ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବର୍ତ୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରି ଦିଆଯାଇଛି । ତେବେ ବର୍ତ୍ତମାନ ସ୍ଥିତି ସ୍ଥିର ଅଛି । ଆଗାମୀ ୩ ମାସ ଗୁରୁତ୍ବପୂର୍ଣ୍ଣ । ଏହି ତିନି ମାସ ସଚେତନ ରହିବାକୁ ପଡ଼ିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Spread the love