ଶ୍ରୀନଅରରେ ଗଜପତିଙ୍କ ସୁନିଆଁ ପର୍ବ, ନୂତନ ଅଙ୍କ ବର୍ଷର ହେଲା ଘୋଷଣା

ପୁରୀ, ୧୯|୦୯:  ପୁରୀ ଗଜପତିଙ୍କ ଶ୍ରୀନଅରରେ ଅନୁଷ୍ଠିତ ହୋଇଯାଇଛି ସୁନିଆଁ ପର୍ବ। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଗଜପତି ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରାଯାଇଥିଲା।

ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିଥିଲେ। ଗଜପତି ଦିବ୍ୟସିଂହ ଦେବ ପାରମ୍ପରିକ ବେଶ ପୋଷାକରେ ସିଂହାସନ ଆରୋହଣ କରିଥିଲେ। ପରେ ରାଜଗୁରୁ ମାନେ ଗଜପତିଙ୍କୁ ବନ୍ଦାପନା କରିବା ସହ ଗଜପତିଙ୍କ ଶାସନର ୬୪ତମ ଅଙ୍କ ଓ ନୂତନ ସାଲ ୧୪୨୯ର ଘୋଷଣା ହୋଇଥିଲା। ଗଜପତି ମହାରାଜାଙ୍କ ବ୍ୟକ୍ତଗତ ସଚିବ, ବେହେରା କରଣଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love