ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ, ତିନି ଝିଅ ସାମ୍ନାରେ ପକାଇ ଚାଲିଲା ଚୋଟ ପରେ ଚୋଟ

କଳହାଣ୍ଡି, ୨୧।୦୯ :  ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଟିଭି ସେଣ୍ଟରପଡାରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି।

ସୂଚନା ଅନୁସାରେ, ୫୦ ବର୍ଷୀୟ ହଳଧର ଗୌଡଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ ୩୭ ବର୍ଷୀୟା ପୂର୍ଣିମା ଗୌଡ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ହତ୍ୟାକାଣ୍ଡ ବେଳେ ଘରେ ତିନି ଝିଅ ଉପସ୍ଥିତ ରହିଥିଲେ ବି ଛଡ଼ାଇ ଯିବାକୁ ସାହାସ ଜୁଟାଇ ପାରି ନ ଥିଲେ। ଅଭିଯୁକ୍ତ ସ୍ବାମୀ ସ୍ତ୍ରୀ ର ଶରୀର ଉପରେ ଚୋଟ ଚୋଟ ପକାଇ ଚାଲିଥିଲା । ଫଳରେ  ସ୍ତ୍ରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Spread the love