ବାପା ରାଜଙ୍କୁ ଜାମିନ ମିଳିବା ପରେ ଭିଆନ କହିଲେ, ‘ଜୀବନ ଭଗବାନ ଗଣେଶଙ୍କ ଶୁଣ୍ଢ ଭଳି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ସୋମବାର ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି। ଏହି କ୍ରମରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ସେ ମା’ ଶିଳ୍ପା ଓ ଭଉଣୀଙ୍କ ସହିତ ନଜର ଆସୁଛନ୍ତି। ଭିଆନ ମଣିଷ ଜୀବନକୁ ଗଣେଶଙ୍କ ଶୁଣ୍ଢ ସହିତ ତୁଳନା କରିଛନ୍ତି।

ଭିଆନ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ଜୀବନ ଭଗବାନ ଗଣେଶଙ୍କ ଶୁଣ୍ଢ ଭଳି, ଆଉ ଅସୁବିଧା ତାଙ୍କର ମୂଷା ଭଳି। ପ୍ରତ୍ୟେକ ସମୟ ଗଣେଶଙ୍କ ଲଡୁ ଭଳି ମିଠା। ଗଣପତି ବପ୍ପା ମୋରିଆ।’

Spread the love