ଜନମତ ସର୍ଭେ 2019: ଲୋକସଭାରେ ବିଜେପି ଆଗରେ
ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ରବିବାର ସନ୍ଧ୍ୟାରେ ସଂପନ୍ନ ହେବା ପରେ ଏଗଜିଟ୍ ପୋଲର ଅନୁମାନ ବିଜେପି ପାଇଁ ସୁସମ୍ବାଦ ନେଇକି ଆସିଛି। ପ୍ରାୟତଃ ସବୁ ଏଗଜିଟ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ କରୁଥିବା ସଙ୍କେତ ମିଳିଛି। ସେ ଟାଇମ୍ସ ନାଓ ଭିଏମଆର ହେଉକି ରିପବ୍ଲିକ ସି ଭୋଟର, ନ୍ୟୁଜ୍ ନେସନ ସବୁଥିରେ ଏନଡିଏକୁ ବହୁମତ ମିଳୁଥିବା ଅନୁମାନ କରାଯାଇଛି। ପୁଣି ଥରେ ମୋଦୀଙ୍କ ନେତୃତ୍ଵରେ ଏନଡିଏ ପୁର୍ନବାର ସରକାରକୁ ଫେରୁଥିବା ଦେଖିବାକୁ ମିଳିଛି। ପୁଣି ଥରେ ମୋଦୀ ଲହର ଆଗରେ ବିରୋଧୀ ଧରାଶାୟୀ ହେଉଥିବା ଏଗଜିଟ୍ ପୋଲରୁ ସଙ୍କେତ ମିଳିଛି।
ବିଭିନ୍ନ ଗଣମାଧ୍ୟମ ଦ୍ଵାରା କରାଯାଇଥିବା ଏଗଜିଟ୍ ପୋଲର ପରିଣାମ( 542 ଆସନ, ବହୁମତ ସଂଖ୍ୟା 272)-
ଟାଇମ୍ସ ନାଓ
ଏନଡିଏ- 306
ୟୁପିଏ- 132
ଅନ୍ୟ- 104
ସି ଭୋଟର
ଏନଡିଏ- 287
ୟୁପିଏ- 128
ମହାମେଣ୍ଟ- 40
ଅନ୍ୟ- 87
ଜନକି ବାତ
ଏନଡିଏ- 305
ୟୁପିଏ- 124
ମହାମେଣ୍ଟ- 26
ଅନ୍ୟ- 87
ରିପବ୍ଲିକ ସି ଭୋଟର
ଏନଡିଏ- 287
ୟୁପିଏ- 128
ଅନ୍ୟ- 116
ନ୍ୟୁଜ୍ ନେସନ
ଏନଡିଏ- 281 ରୁ 290
ୟୁପିଏ- 118 ରୁ 126
ଅନ୍ୟ- 130 ରୁ 138
ଏନଡିଟିଭି
ଏନଡିଏ- 300
ୟୁପିଏ- 126
ଅନ୍ୟ- 116