ଭିଜିଲାନ୍ସ ଜାଲରେ ମାଲକାନଗିରି ମୋଟୁ ଆଇଆଇସି, ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ

ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ମୋଟୁ ଆଇଆଇସି ଅଧିକାରୀ । ତାଙ୍କୁ ଖୋର୍ଦ୍ଧାରେ ଧରିଛି ଭିଜିଲାନ୍ସ ଟିମ । ତାଙ୍କ ଘରୁ ୨ ଲକ୍ଷ ୮୦ ହଜାର ଟଙ୍କା ଉଦ୍ଧାର ହୋଇଛି । ଏତେ ଟଙ୍କା କୋଉଠୁ ଆଣିଲେ ସେନେଇ ଭିଜିଲାନ୍ସ ଅଧିକାରୀଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାଁନ୍ତି ଆଇଆଇସି । ଖୋର୍ଦ୍ଧା ଭିଜିଲାନ୍ସ ଅଫିସରେ ତାଙ୍କୁ ଅଟକ ରଖାଯାଇଛି। କଟକର ଦୁଇଟି ସ୍ଥାନରେ ଏହି କ୍ରମରେ ଚଢ଼ାଉ ଜାରିରହିଛି । କଟକ ଶଗଡ଼ିଆ ସାହି ଓ ଫୁଲନଖରାରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।

Spread the love