ଅନୁଭବଙ୍କୁ ହତ୍ୟା ଧମକ : ଗୁଜୁରାଟରୁ ଅଭିଯୁକ୍ତ ଗିରଫ

ସାଂସଦ ତଥା  ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଅଭିଯୋଗରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗୁଜୁରାଟରୁ ଜଣକୁ ଗିରଫ କରିଛି । ସଂପୃକ୍ତ ଯୁବକ ଜଣକ କଟକ ଝାଞ୍ଜିରିମଙ୍ଗଳା ଅଂଚଳରେ ଭଡ଼ାରେ ରହୁଥିଲେ । ସେ ମିସ୍ତ୍ରୀ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।

ଗିରଫ ଅଭିଯୁକ୍ତ ଜଣକ ସାଂସଦ ଅନୁଭବ ମହାନ୍ତିଙ୍କୁ ହ୍ୱାଟସ୍‌ଆପ୍‌ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

ଏନେଇ ଅନୁଭବ ଗତ ଏପ୍ରିଲ ୩୦ରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଅନୁଭବଙ୍କ ଅଭିଯୋଗ ଆଧାରରେ ପୋଲିସ ୯୧/୨୦୧୯ରେ ଆଇପିସି ୩୮୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ସହିତ ତାଙ୍କ ସୁରକ୍ଷା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ପିଏସଓର ବ୍ୟବସ୍ଥା କରାଯାଇଛି । ଏହି ଘଟଣାର ଛାନ୍‌ଭିନ୍‌ କରି ପୋଲିସ୍ ଅଭିଯୁକ୍ତଙ୍କୁ ଗୁଜରାଟରୁ ଗିରଫ କରି କଟକ ଆଣିଛି। ଆଜି ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ।

Spread the love