ଆଜିି ୯ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : 11ଟାରେ ୱେବସାଇଟରେ ଉପଲବ୍ଧ ହେବ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜିି ପ୍ରକାଶ ପାଇବ। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ 9ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରତ୍ନାକର ରାଉତ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ। ଦିନ 11ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ www.bseodisha.ac.in/www.bseodisha.nic.in ରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10<Roll No>  ଟାଇପ୍ କରି 5676750 ନମ୍ବରକୁ ଝଗଝ କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।
 ତେବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇବା ବା ସନ୍ଦେହ ଦୂର ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ତ ଦିନ ଯାଏ କଣ୍ଟ୍ରୋଲ ରୁମ୍ ଖୋଲା ରହିବ। ସେମାନେ ବୋର୍ଡ କାର୍ଯ୍ୟାଳୟ 0671-2412059/0671-2412060 କୁ ଫୋନ କରି ପରୀକ୍ଷା ଫଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ପାଇ ପାରିେବ। ତେବେ ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁ ମାର୍କ ପ୍ରୋସେସିଂ ଫାର୍ମ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ୬ଦିନ ଯୋଗାଯୋଗ ବିଚ୍ଛିନ୍ନ ରହିବାରୁ ଫଳ ପ୍ରକାଶନରେ ବିଳମ୍ବ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି। ସମ୍ମିଳନୀରେ ବୋର୍ଡ ସଂପାଦକ ରାମାଶିଷ ହାଜରା ଉପସ୍ଥିତ ଥିଲେ।
Spread the love