ରାଜଧାନୀରେ କଙ୍ଗାରୁ କୋର୍ଟ: ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌, ୫ହଜାର ଟଙ୍କା ଜରିମାନା ଆଦାୟ

ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।ଏହି ୩ ମହିଳା ସାଲିଆ ସାହି ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲେ । ପିଲାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ପରିବାର ଲୋକଙ୍କଠାରୁ ଜୋର ଜବରଦସ୍ତ ଜରିମାନା ଆଦାୟ କରୁଥିଲେ। ଟଙ୍କା ନଦେଲେ ଉକ୍ତ ପରିବାରକୁ ଏକଘରକିଆ କରିବା ସହ ପାଣି ଓ ବିଜୁଳି କାଟିଦେବା ପାଇଁ ଧମକ ଦେଉଥିଲେ।

Spread the love