ମହାନଦୀରେ ଭାସିଗଲେ ଗଜରାଜ

ଆଠଗଡ, ୨୪|୦୯: ମହାନଦୀରେ ଭାସିଗଲା ହାତୀପଲ। ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିବ ଜଣାପଡିଛି।

ସୂଚନାନୁସାରେ, ଆଠଗଡ ପଟୁ ୧୭ଟିକିଆ ହାତୀ ପଲ ମହାନଦୀପାରି ହେଉଥିଲେ । ଏହା ମଧ୍ୟରୁ ୭ଟି ହାତୀ ଭାସି ଯାଇଥିଲେ ।ଗୋଟିଏ ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି।

ମୁଣ୍ଡଳି ବ୍ରିଜରେ ଲାଖିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ବନବିଭାଗ ଅଗ୍ନିଶମ ବିଭାଗ ସାହାଯ୍ୟରେ ଚେଷ୍ଟା କରୁଛି । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love