ନିଖୋଜ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମୁର୍ମୁ ମୃତ

କଟକ ୨୫।୦୯: ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟିବା ଘଟଣା । ନିଖୋଜ ଓଡ୍ରାଫ୍ ବୁଡ଼ାଳି ସୀତାରାମ ମର୍ମୁଙ୍କ ମୃତ୍ୟୁ । ବୋଟ୍ ବୁଡିବା ପରଠୁ ସୀତାରାମ ନିଖୋଜ ଥିଲେ । ବିଳମ୍ବିତ ରାତିରେ ତାଙ୍କ ମୃତ ଦେହ ମହାନଦୀରୁ ମିଳିଛି । ଓଡ୍ରାଫ୍ ଅଣ୍ଡର ୱାଟର ଡ୍ରାଇଭର ସୀତାରାମ ମୁର୍ମୁ ଙ୍କର ମୃତଦେହକୁ ବି ବିଳମ୍ବିତ ରାତିରେ ମହାନଦୀରେ ଠାବ କରାଯାଇଥିଲା।

ଖବର ଅନୁଯାୟୀ, ମୁଣ୍ଡଳୀ ବ୍ରିଜ୍‌ ନିକଟରେ ହାତୀ ଘଉଡ଼ାଉବା ବେଳେ ବୋଟ ବୁଡି ପରେ ଦଉଡି ସାହାଯ୍ୟରେ ଉପରକୁ ଆସୁଥିବା ବେଳେ ଖସି ପଡି ନିଖୋଜ ହୋଇଯାଇଥିଲେ ସୀତାରାମ । ଏବେ ତାଙ୍କ ମୃତଦେହ ମିଳିଛି । ଏହି ଘଟଣାରେ ଗୁରୁତର ହୋଇପଡ଼ିଥିବା ୩ ଜଣଙ୍କୁ ଏସ୍ ସିବି ମେଡିସିନ୍ ଆଇସିୟୁରେ ଚିକିତ୍ସା କରାଯାଉଛି ।

ସେପଟେ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଦନ୍ତାହାତୀ ଶେଷରେ ଆଖିବୁଜିଛି। ମହାନଦୀର ପାଣିରେ ଭାସି ଭାସି ସେ ନୂଆ ଶାସନ ନିକଟରେ ଲାଗିଥିବା ସୂଚନା ମିଳିଛି। ଶୁକ୍ରବାର ଭୋର ପ୍ରାୟ ୪ଟାରୁ ମୁଣ୍ଡଳି ବ୍ୟାରେଜର ମଝିଆମଝି ସ୍ଥାନରେ ଫସି ରହିଥିବା ହାତୀକୁ କୂଳ ଆଡକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଦିନ ପ୍ରାୟ ଗୋଟାଏ ଯାଏ ପ୍ରୟାସ ଜାରି ରହିଥିଲା ।

Spread the love