ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶପାଇବା ପରେ ଟ୍ଵିଟରରେ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟରେ ଲେଖିଛନ୍ତି ‘ଦଶମ ବୋର୍ଡ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ସମସ୍ତଙ୍କ କୃତୀ ଛାତଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ନବୀନ ।

Naveen Patnaik

✔@Naveen_Odisha

ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।
Congratulate all students who matriculated today. Best wishes for your future.

42 people are talking about this
 ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ହୋଇଛି । ୧ ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ କରିଛନ୍ତି । ସେହିପରି ୨ଲକ୍ଷ ୫ହଜାର ୪୭୦ ଜଣ ଝିଅ ପାସ କରିଛନ୍ତି । ଝାରସୁଗୁଡାରେ ସର୍ବାଧିକ ପାସହାର ୮୫ ଦଶମିକ ୪୮ ପ୍ରତିଶତ ରହିଥିବା କୋରାପୁଟରେ ସର୍ବନିମ୍ନ ପାସହାର ୫୦ ଦଶମିକ ୬୧ ପ୍ରତିଶତ ରହିଛି । ଚଳିତ ବର୍ଷ ଏ ୱାନ ଗ୍ରେଡ ୧୧୮୧ ଜଣ ପାସ ହୋଇଥିବା ବେଳ ଏ ଟୁ ଗ୍ରେଡ ପାଇଛନ୍ତି ୯ହଜାର ୯୩୮ । ବି ୱାନ ଗ୍ରେଡ ୨୪ ହଜାର ୯୯୧ ଜଣ ପରୀକ୍ଷାର୍ଥୀ ଓ ବି ଟୁ ଗ୍ରେଡରେ ୪୬ ହଜାର ୩୧୯ ଜଣ ପାସ କରିଛନ୍ତି । ସେହିପରି ସି ଗ୍ରେଡ ୭୬ହଜାର ୧୩୯ ଜଣ ପରୀକ୍ଷାର୍ଥୀ ପାଇଥିବା ବେଳେ ଡି ଗ୍ରେଡରେ ରହିଛନ୍ତି ୧ଲକ୍ଷ ୧୬ହଜାର ୨୬୨ ଜଣ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୧୮୯ଟି ସ୍କୁଲରେ ଶତପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି । ଅର୍ଥାତ ଏହି ସ୍କୁଲରେ କୌଣସି ବି ପରୀକ୍ଷାର୍ଥୀ ପାସ କରିନାହାନ୍ତି । କଣ ପାଇଁ ଏହି ସମସ୍ତ ସ୍କୁଲରେ ରେଜଲ୍ଟ ଖରାପ ହୋଇଛି । ସେ ନେଇ ତର୍ଜମା କରାଯିବା ସହ ଖରାପ ରେଜଲ୍ଟ ହୋଇଥିବା ସ୍କୁଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ।

Spread the love