ଓଡ଼ିଶାରେ ପ୍ରଭାବିତ ହୋଇପାରେ ୭ ଜିଲ୍ଲା, ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ

ଭୁବନେଶ୍ୱର: ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ଜରୁରୀ ପ୍ରେସମିଟ  । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏସଆରସି ପ୍ରଦୀପ ଜେନା ଏନେଇ ସତର୍କ ସୂଚନା ଜାରି କରିଛନ୍ତି  । ଓଡ଼ିଶାରେ ଏହାର ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡିବାକୁ ଥିବାବେଳେ,  ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି  । ବାତ୍ୟା ପ୍ରଭାବରେ ପାପାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ  ବୋଲି ପ୍ରେସମିଟରେ କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ସେପଟେ ବାତ୍ୟା ଗୁଲାବକୁ ଆଖି ଆଗରେ ରଖି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୌଠକ ମଧ୍ୟ ବସିଥିବା କହିଛନ୍ତି ଏସଆରସି  । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼  । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି  । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି  । ଏହି ସମସ୍ତ ଜିଲ୍ଲାକୁ  ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି  ।

Spread the love